Odisha news

ବାରିପଦାରେ ଜିଆଇଇଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ

0

ବାରିପଦା  : ରାୟଗଡା ଜିଲ୍ଲା ଗୁଣୁପୁରଠାରେ ଥିବା ଜିଆଇଇଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଅମ୍ବିକା ହୋଟେଲ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟ ଆଡ୍ମିଶନ୍ ବିଭାଗର ଡିନ୍ ପ୍ରଫେସର ଗୋପାଳ କୃଷ୍ଣ ମହାନ୍ତି ଯୋଗଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଉଚ୍ଚମାନର ଶିକ୍ଷାଦାନ, ପ୍ରଶିକ୍ଷଣ ଓ ଗ୍ରନ୍ଥାଗାର ସହ ଉଚ୍ଚମାନର ନିଯୁକ୍ତି ସୁଯୋଗ ଦିଆଯାଇଥିବା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ବହୁଦେଶୀୟ କମ୍ପାନୀମାନଙ୍କରେ ନିଯୁକ୍ତି ପାଇ ରେକର୍ଡ ସୃଷ୍ଟି କରିବା ସହ ଅନୁଷ୍ଠାନର ଗୌରବ ରଖିଥିଲେ ।

ଚଳିତବର୍ଷ ରେକର୍ଡ ୯୬ ପ୍ରତିଶତ ଛାତ୍ରଛାତ୍ରୀ ବହୁଦେଶୀୟ ଓ ଅନ୍ତଃଦେଶୀୟ କମ୍ପାନୀରେ ନିଯୁକ୍ତି ପାଇଥିବା ଅନୁଷ୍ଠାନ ପାଇଁ ଗୌରବ ବିଷୟ ବୋଲି ଦର୍ଶାଇ ଥିଲେ । ଅନୁଷ୍ଠାନର ପୂରାତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ବିଷୟରେ ଉପସ୍ଥିତ ଅନୁଷ୍ଠାନର ପ୍ରଫେସରମାନଙ୍କ ସହିତ ଆଲୋଚନା କରିଥିଲେ । ଆଡ୍ମିଶନ୍ ବିଭାଗର ଆଞ୍ଚଳିକ ଅଧିକାରୀ ପାରିଜାତ ଶତପଥି, ତାପସ ରଞ୍ଜନ ପ୍ରଧାନ, ଶମ୍ଭୁପ୍ରସାଦ ବାବୁ ଓ ଓମ୍କାର୍ ସ୍ୱାଗତ ଗଜପତି ପ୍ରମୁଖ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ଏହିଭଳି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଅଭିଭାବକ ମାନଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।

Nalco
Leave A Reply