ବାରିପଦା : ବର୍ଷାଋତୁରେ ସମ୍ଭାବ୍ୟ ଝଡବାତ୍ୟା,ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲସ୍ତରୀୟ ସାମୁହିକ ଅଭ୍ୟାସ ମକ୍ଡ୍ରିଲ କର୍ମଶାଳା ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ମଧୁବନ ୱାର୍ଡ ନଂ-୯ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଅଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିଦେ୍ର୍ଦଶାବଳୀ ଅନୁଯାଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ତା୍ୱବଧାନରେ ଜିଲ୍ଲା ଜରୁରୀ ବିଭାଗ ଓ ବାରିପଦା ପୌରପରିଷଦ ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ସମିତି ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମୁହିକ ଅଭ୍ୟାସ(ମକ୍ଡ୍ରିଲ) କର୍ମଶାଳାରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ଭାବ୍ୟ ବାତ୍ୟା/ବନ୍ୟା ବିପର୍ଯ୍ୟୟ ସମୟରେ କିପରି ଆମର ମୂଲ୍ୟବାନ ଜୀବନ ସୁରକ୍ଷା କରାଯାଇ ପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇ ବିପଯର୍ଯ୍ୟ ପରିଚାଳନା ଯୋଜନା କାର୍ଯ୍ୟକ୍ରମ ସଫଳତାର ସହ ତ୍ୱରାନ୍ୱିତ କରାଯାଉଥିବା ସଂପର୍କରେ ଉଲ୍ଲେଖ କରିବା ସହିତ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ବିପର୍ଯ୍ୟୟର ମୁକାବିଲା ତଥା ଉଦ୍ଧାର ଆଦି କାର୍ଯ୍ୟର ସୁରପରିଚାଳନା ପାଇଁ ପ୍ରତିବର୍ଷ ଜୁନ୍ ୧୯ ତାରିଖରେ ଜିଲ୍ଲା/ବ୍ଲକ ସ୍ତରରେ ଥିବା ବନ୍ୟା ଆଶ୍ରୟସ୍ଥଳୀ/କେନ୍ଦ୍ର ସ୍ତରୀୟ ମକ୍ଡ୍ରିଲ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆନୁସଂଗିକ ପ୍ରସ୍ତୁତି ତଥା ସତର୍କ ସଜାଗ ରହିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ପ୍ରକାଶ କରିଥିଲେ ।
ଏ ଦିଗରେ ବନ୍ୟା/ବାତ୍ୟା ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନରେ ସମସ୍ତ ଲାଇନ ବିଭାଗ ଅଧିକାରୀ ସମେତ ସ୍ଥାନୀୟ ବୁଦ୍ଧିଜିବୀ ନାଗରିକ, ସ୍ୱେଚ୍ଛାସେବୀ ଓ ଯୁବବର୍ଗ ଏବଂ ସର୍ବୋପରି ଜନସାଧାରଣଙ୍କ ସମ୍ମିଳିତ ସହଯୋଗରେ ଆବଶ୍ୟକତାଥିବା ଉପରେ ଗୁରୁତ୍ୱ ଦିଆଯାଇଅଛି । ଏହି କର୍ମଶାଳାରେ ବାରିପଦା ଉପଜିଲ୍ଲ୍ାପାଳ ତଥା ପୌରନିର୍ବାହୀ ଅଧିକାରୀ ଅନ୍ୟା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପ୍ରଶାସନ ତତ୍ତ୍ୱାବଧାନରେ ବନ୍ୟା/ବାତ୍ୟା ଆଦି ବିପର୍ଯ୍ୟୟର ମୁକାବିଲା ପାଇଁ ମୁଖ୍ୟତ ପ୍ରାକ୍ ପ୍ରସ୍ତୁତି ଉଦ୍ଧାର ଓ ଥଇଥାନ ଆଦି ବିଷୟ ପ୍ରତି ଧ୍ୟାନ ଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରାଯିବା ଦିଗରେ ଉଲ୍ଲେଖ କରି ସ୍ଥାନୀୟ ଯୁବ ଗୋଷ୍ଠୀ ଏଥିରେ ସାମିଲ କରିବା ସହ ସେମାନଙ୍କୁ ପ୍ରାକ୍ ତାଲିମ ଦେଇ ପ୍ରତ୍ୟେକ ସ୍ତରରେ ସର୍ବଦା ପ୍ରସ୍ତୁତ ସଜାଗ ଓ ସତର୍କତା ଆବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗଦେଇ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସ୍ଥାନୀୟ ଯୁବକମାନଙ୍କୁ ସାମିଲ କରି ତାଲିମ ପ୍ରଦାନ ବ୍ୟବସ୍ଥା କରିବା ପାଇଁ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏଥିରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ତରଫରୁ ଡିଜିଏମ୍ ତଥା ଜିଲ୍ଲା ପର୍ଯ୍ୟବେକ୍ଷକମ ସୁନୀଲ କୁମାର ସାହୁ ଯୋଗଦେଇ ଗତ ଦୁଇବର୍ଷ ଧରି କୋଭିଡ୍ ଜନୀତ ମକ୍ ଡ୍ରିଲ୍ ରାଜ୍ୟରେ ଅନୁଷ୍ଠିତ ହୋଇପାରିନଥିବାବେଳେ ଚଳିତବର୍ଷ କତ୍ତୃପକ୍ଷ ନିର୍ଦେଶାନୁଯାଇ କାର୍ଯ୍ୟକ୍ରମକତ୍ୱରାନ୍ନିତ କରାଯାଉଅଛି । ଯୋଜନା କାର୍ଯ୍ୟ ଖସଡାରେ ପ୍ରତିବର୍ଷ ଜୁନ୍ ୧୯ତାରିଖ ରାଜ୍ୟରେ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ଓ ଉଦ୍ଧାର ଆଦି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପ୍ରାକ ପ୍ରସ୍ତୁତି ସଂପର୍କୀତ ସାମୁହିକ ଅଭ୍ୟାସ (ମକ୍ଡ୍ରିଲ) ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଜିଲ୍ଲା ଅଗ୍ନିଶମ ସେବାବାହିନୀ ବାରିପଦାଙ୍କ ତତ୍ୱାବଧାନରେ ଅଗ୍ନିଶମ ସେବା ଅଧିକାରୀ ଉପେନ୍ଦ୍ର ନାଥ ଦେ କର୍ମଶାଳାରେ ଯୋଗଦେଇ ବିପର୍ଯ୍ୟୟ ସମୟରେ କିପରି ଆମର ମୁଲ୍ୟବାନ ଧନଜୀବନ ସୁରକ୍ଷିତ ଭାବରେ ଉଦ୍ଧାର ଆଦି କାର୍ଯ୍ୟକ୍ରମ ଜରୁରୀକାଳୀନ ଭିର୍ତିରେ ତ୍ୱରାନ୍ନିତ କରାଯାଇଥାଏ ସେ ସଂପର୍କୀତ ବିସୃତ ଭାବେ ସୂଚାଇବା ସହିତ ବିଭିନ୍ନ ଯନ୍ତ୍ରପାତି, ସରଞ୍ଜାମର କାର୍ଯ୍ୟ କୌଶଳତା ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରିଥିଲେ । ଆୟୋଜିତ ଉକ୍ତ ମକ୍ଡ୍ରିଲ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜ୍ୟସ୍ୱ) ସୂଚାରୁ ବଳ, ବାରିପଦା ଉପନଗରପାଳ ସୀମା ଦାଶ, କାଉନସିଲର ମୁର୍ଛନା ମହାନ୍ତି ଏବଂ ମଧୁବନ ବହୁମୁଖି ବନ୍ୟାଅଶ୍ରୟ ସ୍ଥଳୀ ପରିଚାଳନା ଓ ରକ୍ଷଣା ବେକ୍ଷଣା ସମିତିର ସଂପାଦକ ବିକ୍ରମ କେଶରୀ ଜେନା, ସ୍ୱେଚ୍ଛାସେବୀ ସଂଗଠନ ର୍ସ୍ପଦାର ସଂପାଦକ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ସମସ୍ତ ସ୍ଥାନୀୟ ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ମହିଳା ସଂଗଠନର ସଦସ୍ୟା ଓ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟି କଲେକ୍ଟର ସୁଜୟ କୁୁମାର ପତି ସ୍ୱାଗତ ସୂଚନା ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ପରିଚାଳନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
