ଆଠଗଡ ତା ୨୧/୬/୨୨ଆଠଗଡ ଉପଖଣ୍ଡର ମୁଖ୍ୟ ଡାକ କାର୍ଯ୍ୟଳୟ ଆଠଗଡ ଡାକ ସେବା ତିନି ଦିନ ହେଲା ଗ୍ରହକଙ୍କୁ ସେବାଦେବାରୁ ବଞ୍ଚିତ କରିଥିବା ଦାବୀ ଜୋର ଧରିଲା,ଘଟଣାରୁ ପ୍ରକାଶ ଯେ ଗତ ତା ୧୮/୬/୨୨ ରିଖ ଶନିବାର ଅପରାହ୍ନ ଦୁଇ ଘଟିକା ସମୟରେ ବାରମ୍ବାର ଘଡ ଘଡି ବିଜୁଳି ମାରିଥିଲା, ହେଲେ କାର୍ଯ୍ୟଳୟ ତରଫରୁ କୌଣସି ସତର୍କତା ମୂଳକ ପଦକ୍ଷପ ଗ୍ରହଣ କରି ବିଦ୍ୟୁତ ଶିଶଷ୍ଟମ ବନ୍ଦ କରାଯାଇ ପାରି ନ ଥିଲା, ସିଧା ସଳଖ ମୁଖ୍ୟ ଡାକ କାର୍ଯ୍ୟାଳୟ ନିକଟରେ ଥିବା ଟାୱାର କୁ ଘଡଘଡି ମାରିଥିଲା, ଫଳରେ କାର୍ଯ୍ୟାଳୟର ମୁଖ୍ୟ ଚିଠି ସୁଇଚ, ରାଉଟର, ବିଏସଏନ ଏଲ ମୋଡେମ,୫ରୁ ଉର୍ଦ୍ଧ କମ୍ପୁଟର,୭ ଟି ଫ୍ୟାନ,୫ ଟି ଲାଇଟ ଭଳି ବହୁ ଆସବାବ ପାତ୍ର ବିଜୁଳି ଆଘାତରେ ପୋଡି ଜଳି ନଷ୍ଟ ହୋଇଯିବା ସହ ଡାକ ସେବା ଠପ ହୋଇଯାଇଥିଲା,ଆଜକୁ ତିନି ଦିନ ବିତି ଯାଇଥିବା ବେଳେ, ପୋଡି ନଷ୍ଟ ହୋଇଥିବା ସମସ୍ତ ସାମଗ୍ରୀ ପାଇଁ ଆଠଗଡ ମୁଖ୍ୟ ଡାକଘର ଗ୍ରାହକଙ୍କୁ ଡାକ ସେବା ଦେଇ ପାରୁନାହିଁ, ଫଳରେ ଗ୍ରାହକ ଡାକ ସେବାରୁ ବଞ୍ଚିତ ହୋଈ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଠଗଡ ମୁଖ୍ୟ ଡାକଘର ଦାଇତ୍ୱ ରେ ଥିବା ପୋଷ୍ଟ ମାଷ୍ଟର ଜୟନ୍ତ କୁମାର ସାମନ୍ତରାୟ ଏକ ଚିଠି ମାଧ୍ୟମରେ ବିଜୁଳି ଆଘାତରେ ନଷ୍ଟ ହୋଇଥିବା କଥା ଲେଖି ଭୁବନେଶ୍ୱରର ପିଏମଜି କୁ ଜଣାଇଛନ୍ତି। ଏ ସମସ୍ତ ପୋଡି ଯାଇଥିବା ଉପକରଣ ଆସିଲା ପରେ ହିଁ ଆଠଗଡ ମୁଖ୍ୟ ଡାକ ଘର ଗ୍ରାହକଙ୍କୁ ସେବା ଯୋଗାଇ ହେବ । ତେଣୁ ତୁରନ୍ତ ଡାକସେବା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।
