Odisha news

ଦନ୍ତା ହାତୀ ଆକ୍ରମଣରେ ମୋଟର କାର ଭାଙ୍ଗିଲା

0
ବେତନଟୀ/ବୈଶିଙ୍ଗା — କିଛି ଦିନ ଧରି ଗୋଠ ଛଡା ଦନ୍ତା ହାତୀଟି ବୈଶିଙ୍ଗା ,କ୍ଷୀର ପଦା, ମୋହନପୁର, ଦଲଦଲି, କଦଳୀଆ, ପଣସିଆ, ବାଛୁରୀପଡ଼ା,ପୁରୁଣିଆ ଆଦି ଅଞ୍ଚଳରେ ପନିପରିବା ଓ ଗଛ ପତ୍ର ନଷ୍ଟ କରିବା ସହିତ ବହୁ ଘରଦ୍ଵାର ମଧ୍ୟ ଭାଙ୍ଗି ଚାଲିଛି। ବନ କର୍ମଚାରୀ ଏହି ହାତୀଟିକୁ ଘଉଡାଇବାରେ ବିଫଳ ହୋଇଥିବା ଜଣାଯାଇଛି। ଶନିବାର ବୈଶିଙ୍ଗା – ମାଣତ୍ରୀ ରାଜରାସ୍ତାରେ ଏହି ଦନ୍ତାଟି ନିଜର ରାଜ ଚଳାଇବା ସହିତ ପାଖ ଆଖ ଅଞ୍ଚଳରେ ନଡିଆ ଗଛ, କଦଳୀବାଡି ଭାଙ୍ଗିଥିବା ସୂଚନା ମିଳିଥିଲା। ତହିଁ ପରଦିନ କ୍ଷୀର ପଦା ଗ୍ରାମର ସୁଦାମ ଗିରି ଙ୍କ ଏକ ଟ୍ରାଭେରା କାରଟିକୁ ରାତ୍ରି ସମସ୍ତରେ ନିଜ ଶୁଣ୍ଢରେ ପିଟି ଭାଙ୍ଗିଦେଇ ଥିବା ଜଣାଯାଇଛି । ଏହି ଟ୍ରାଭେରା କାର୍ ନଂ ଓଡି. O୧ସି .୪୪୬୦ ଟି ସୁଦାମ ଙ୍କ ସ୍ତ୍ରୀ ଶାନ୍ତିଲତା ଗିରିଙ୍କ ନାମରେ ପଞ୍ଜିକୃତ ଥିବା ଜଣାଯାଇଛି। ଏଥିପାଇଁ ଶ୍ରୀମତୀ ଗିରି ବେତନଟୀ ରେଞ୍ଜ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଦାବୀ କରିଛନ୍ତି।
Nalco
Leave A Reply