Odisha news

ଖେଲୋ ଇଣ୍ଡିଆ ରୌପ୍ୟ ବିଜେତାଙ୍କୁ ସମ୍ବର୍ଦ୍ଧନା।

0
ପୁରୀ ୨୧/୬ ପୁରୀ ଜିଲ୍ଲା ର ତିନି ଜଣ କ୍ରୀଡାବିତ ହରିୟାଣାର ପଚଂକୁଲା ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆର ଖୋ ଖୋ ପ୍ରତିଯୋଗିତା ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଡେଲାଙ୍ଗ ବ୍ଲକ୍ ମୁନିନ୍ଦାର କେ ପି ପି ଉଚ୍ଚ ବିଦ୍ୟାଳୟ ର ୧୦ମ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ଅନନ୍ୟା   ପ୍ରଧାନ ଓ ୯ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅର୍ଚ୍ଚନା ପ୍ରଧାନ ଏବଂ ଡେଲାଙ୍ଗ ଗାଦି ବ୍ରହ୍ମ ମହାବିଦ୍ୟାଳୟ ର +୩ ପ୍ରଥମ ବର୍ଷ ର ଛାତ୍ର ଶ୍ରୀ ସାନ୍ତନୁ ସାମନ୍ତରାୟ ଖେଲୋ ଇଣ୍ଡିଆ ଯୁବ ବର୍ଗର ଖୋ ଖୋ ଖେଳ ରେ ରୌପ୍ୟ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା,ଉପ ଜିଲ୍ଲାପାଳ ଶ୍ରୀ ଭବ ତାରଣ ସାହୁ, ଓଡ଼ିଶା ଖୋ ଖୋ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ପ୍ରମୁଖ ତିନି ପଦକ ବିଜେତା ଙ୍କୁ ପାଂଚ ହଜାର ଟଙ୍କା ର ଚେକ୍ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। କେ ପି ପି ଉଚ୍ଚ ବିଦ୍ୟାଳୟ ର ପି ଇ ଟି ଶ୍ରୀ ସୂର୍ଯ୍ୟ ନାରାୟଣ ଜେନା ଙ୍କ ତତ୍ତ୍ୱାବଧାନରେ ଏହି ଛାତ୍ର ଛାତ୍ରୀ ମାନେ ପ୍ରଶିକ୍ଷଣ ନେଉଥିଲେ।
Leave A Reply

Your email address will not be published.