Odisha news

ବିଶ୍ଵ ଯୋଗ ଦିବସକୁ ନେଇ ପ୍ରସ୍ତୁତି ବୈଠକ

0

ବେତନଟୀ/ବୈଶିଙ୍ଗା : –ସାରା ବିଶ୍ଵ ଆଜି ଭାରତୀୟ ସଂସ୍କୃତିର ଏକ ନିଦର୍ଶନ ସ୍ୱରୂପ ମୃତ୍ୟୁ ସଞ୍ଜିବନୀ ରୂପକ “ଯୋଗ” କୁ ଗ୍ରହଣ କରିପାରିଥିବାରୁ ଭାରତୀୟ ଯୋଗୀ, ଋଷି ଓ ମୁନୀ ମାନେ ମହାନ ପାଲଟିଯାଇଛନ୍ତି। ଯେତେ ଉତ୍କୃଷ୍ଟ ଧରଣର ଆଧୁନିକ ଚିକିତ୍ସା ବିକଶିତ ହୋଇଥିଲେ ମଧ୍ୟ ଯୋଗ ଦ୍ୱାରା ଶରୀର , ମନ ଏବଂ ଆତ୍ମା ନିରୋଗ ରହି ପାରିଛି ବୋଲି ତାହା ଆଜି ବିଶ୍ଵ ବାସୀ ଅଙ୍ଗେ ଅଙ୍ଗେ ଅନୁଭବ କରିପାରିଛନ୍ତି । ସେଥିପାଇଁ ପ୍ରତିବର୍ଷ ଜୁନ ୨୧ ତାରିଖକୁ ବିଶ୍ଵ ଯୋଗ ଦିବସ ରୂପେ ଘୋଷଣା କରାଯାଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ଦିବସଟିକୁ ସାରା ବିଶ୍ଵବାସୀ ପାଳନ କରିଆସୁଛନ୍ତି। ଏଥିପାଇଁ ବୈଶିଙ୍ଗା ରେ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ନେଇ ଆସନ୍ତା ୨୧ ତାରିଖରେ ଏକ ଜିଲ୍ଲା ସ୍ତରୀୟ ଯୋଗ କାର୍ଯ୍ୟକ୍ରମ କରିଯିବାର ସିଦ୍ଧାନ୍ତ ନିଆଯାଇଛି। ବୈଶିଙ୍ଗା

ମିଡ଼ିଆ ସେଣ୍ଟରର ଆହ୍ଵାନ କ୍ରମେ ଶୁକ୍ରବାର ସନ୍ଧ୍ୟାରେ ବୈଶିଙ୍ଗା ସ୍ଥିତ କୈଳାସ ମାର୍କେଟ କମ୍ପ୍ଲେକ୍ସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମିଡ଼ିଆ ସେଣ୍ଟରର ସଭାପି ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପତଞ୍ଜଳି ଯୋଗ ଅନୁଷ୍ଠାନ ତରଫରୁ ସଞ୍ଜୟ କୁମାର ସାହୁ, ବ୍ରହ୍ମା କୁମାରୀଜ ବୈଶିଙ୍ଗା ଶାଖା ପରିଚାଳିକା ବ୍ରହ୍ମା କୁମାରୀ ଅନୁପମା ଭଉଣୀ, ସତ୍ୟମ-ସୋହମ-ଆର୍ୟୁ ୟୋଗା ଇନଷ୍ଟିଚ୍ୟୁଟର ଯୋଗ ପ୍ରଶିକ୍ଷକ ପଞ୍ଚାନନ , ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ବୈଶିଙ୍ଗା ଶାଖାର ସମ୍ପାଦକ ସରୋଜ କୁମାର ପତି, ସାଇ ସାଧନା କୋଚିଂ ଏକାଡେମୀ (କଳା) ତରଫରୁ ଦୟାନିଧି ଦାସ,ଏଜୁକେୟାର କୋଚିଂ ଏକାଡେମୀ ( ବିଜ୍ଞାନ) ତରଫରୁ ଜୟନ୍ତ କୁମାର ପ୍ରଧାନ  ,ସହଯୋଗୀ ଭାବେ ଦେବବ୍ରତ ପରିଡା, ଅବସର ପ୍ରାପ୍ତ ବାୟୁ ସୈନିକ ରମେଶ ଚନ୍ଦ୍ର ପଣ୍ଡା ଓ ସତ୍ୟଜିତ ରାଉତ ପ୍ରମୁଖ ସହଯୋଗ କରିଥିଲେ।ଏହି ” ଯୋଗ” କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାରା ଜିଲ୍ଲାରୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଆୟୋଜକ ମାନଙ୍କ ତରଫରୁ ଆମନ୍ତ୍ରଣ କରାଯାଇଛି। ପରିଶେଷରେ ମିଡ଼ିଆ ସେଣ୍ଟରର ପ୍ରତିଷ୍ଠାତା ବିମଳେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Nalco
Leave A Reply