ରଣପୁର…. ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକ ଉର୍ନତିକରଣ ପାଈଁ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଅର୍ଥ ବେୟବରାଦ କରୁଥିବା ବେଳେ ଏହାର ମୁଖ୍ୟ ଉଦ୍ଧେଶ୍ୟ କୃଷି ଓ କୃଷକ ର ବିକାଶ ହେଲେ ଦେଶ ର ବିକାଶ ହେବ ଏଥି ପାଈଁ ସରକାର କୃଷକ ଙ୍କ ପାଈଁ ବିଭିନ୍ନ ପ୍ରକାର ଯୋଜନା କରି ସମସ୍ତ ସାହାଯ୍ୟ ସହଯୋଗ ପାଈଁ ଅର୍ଥ ମଞ୍ଜୁର କରୁଛନ୍ତି କିନ୍ତୁ ବିଡମ୍ବନା ର ବିଷୟ ଏହିକି ଯେ ବ୍ଲକ ଓ ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ପାଈଁ ସାଧାରଣ କୃଷକ ଏଥିରେ ବଞ୍ଚିତ ହେବା ସହ ଅର୍ଥ ବାଟମାଣ ହେଉଥିବା ଅଭିଯୋଗ ହେଉଛି ଏଭଳି ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କୃଷି ବିଭାଗ ଅଫିସ ରୁ ଏଠାରେ ଜଳ ସେଚନ ବ୍ୟବସ୍ଥା ର ସୁବିଧା ନଥିବାରୁ ସାଧାରଣତଃ କୃଷକ ମାନେ ବର୍ଷା ଜଳ ଉପରେ ହିଁ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି ସେହି ଭଳି ଚଳିତ ବର୍ଷ ବିହନ ଯୋଗାଣ ରେ ଅନିୟମିତ ଦେଖିବାକୁ ମିଳୁଛି ଚଳିତ ବର୍ଷ ମୁଗ ବିହନ ବଣ୍ଟନ ହୋଇନଥିବା ନେଇ ସ୍ଥାନୀୟ ଚାଷୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ସେହିଭଳି କୃଷକ ଙ୍କୁ କୃଷି ଭିତିକ ତାଲିମ ପ୍ରଦାନ ବ୍ୟବସ୍ଥା ଥିଲେ ମଧ୍ୟ୍ୟ ତାହା ଏଠାରେ କାର୍ଯ୍ୟକରି ହେଉନାହିଁ ଏବଂ ଗ୍ରାମଞ୍ଚଳ କୃଷକ କୃଷି କାର୍ଯ୍ୟ ରେ ସହଯୋଗ କରିବା ପାଈଁ 67ଜଣ କୃଷକ ସାଥୀ ନିଯୁକ୍ତି ହୋଇଥିବା ବେଳେ ସେ ଜମା ଗ୍ରାମାଞ୍ଚଳ ଯାଉନଥିବା ଅଭିଯୋଗ ହେଉଛି କୃଷକ ଫସଲ ସମ୍ବଦ୍ଧିୟ ତଥା ଫସଲ ନଷ୍ଟ ହେଲେ କିମ୍ବା ପୋକ ଲାଗିଲେ ଏହାର ପ୍ରତିକାର ପାଈଁ ଏ ସମ୍ପର୍କେ କୃଷି ବିଭାଗ କୁ ଜଣାଇଲେ ସୁଦ୍ଧା ତାଙ୍କୁ ବିଭାଗ ତରଫରୁ କୌଣସି ସାହାଯ୍ୟ ମିଳୁନାହିଁ ସେହିଭଳି କୃଷି ଓ କୃଷକ ଙ୍କ ପାଈଁ ଆସୁଥିବା ବିଭିନ୍ନ ସବସିଡି ଯୋଜନା ଗୁଡିକ ପକୃତ କୃଷକ ନପାଇ କୃଷି ଅଧିକାରୀ ଙ୍କ ଜଣାଶୁଣା ବ୍ୟକ୍ତି କୁ ଅର୍ଥ କାରବାର ମାଧ୍ୟମ ରେ ପ୍ରଦାନ କରାଯାଉଥିବା ଜଣାପଡିଛି କୃଷି ବିଭାଗ କିଛି କର୍ମଚାରୀ ପ୍ରାୟ ସମୟ ଅଫିସ ମଦ୍ୟପାନ କରି କୃଷକ ଙ୍କୁ ଦୃବ୍ୟବହାର କରୁଥିବା ଅଭିଯୋଗ ହେବା ସହ ରଣପୁର କୃଷି ଅଫିସ ରେ ମଦ ମାଂସ ର ଆଡା ଜମୁଥିବା ଦେଖିବାକୁ ମିଳୁଛି ତେଵେ ଜିଲ୍ଲା କୃଷି ଅଧିକାରୀ ଏହାକୁ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି
