ଦଶପଲ୍ଲା ୧୭/୬ : ଗ୍ରୀଷ୍ମଛୁଟି ପରେ ସୋମବାର ଦିନ ଖୋଲିଛି ବିଦ୍ୟାଳୟ। ଆରମ୍ଭ ହୋଇଛି ନୂତନ ଶିକ୍ଷାବର୍ଷ । ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଦଶପଲ୍ଲା ରେ ବୁଲିଛି ଶିକ୍ଷା ରଥ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଅଧିକାର ସଂପର୍କରେ ସଚେତନ ପାଇଁ ବିଭିନ୍ନ ବିଦ୍ୟାଳୟ ଏହି ରଥ ବୁଲିଥିଲା। ମାତ୍ର ଗୋଟିଏ ପଟେ ଶିକ୍ଷା ରଥ ବୁଲାଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଉଥିବା ବେଳେ ଅନ୍ୟପଟେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଘୋଳାହାଣ୍ଡି ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରୀଷ୍ମ ଅବକାଶ ପରେ ସୋମବାର ଦିନ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଠିକ୍ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ କୁ ଆସିନଥିଲେ ।
ତେଣୁ ସହକାରୀ ଶିକ୍ଷକମାନେ ପ୍ରଧାନ ଶିକ୍ଷୟିତ୍ରୀ କୁଂ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ଥିବା ଜଣାଯାଇଥିଲା । ପରବର୍ତ୍ତି ସମୟରେ ବିଦ୍ୟାଳୟ ର ସଭାପତି,ରଂଜନ କୁମାର ପରିଡା କଂ ହସ୍ତକ୍ଷେପ ପରେ, ସ୍ଥାନୀୟ ସି ଆର୍ ସି ସି ପାଖ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କଂ ହାତରେ ପ୍ରଶ୍ନ ପତ୍ର ପଠାଇଥିଲେ ମଧ୍ୟ ଶ୍ରେଣୀ ଗୃହ ଓ କାର୍ଯ୍ୟାଳୟ ଚାବି ପଠାଇ ନ ଥିଲେ । ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବାରଣ୍ଡାରେ ପରୀକ୍ଷା ଦେବା ସଂଗେ ସଂଗେ, ମଧ୍ୟାହ୍ନ ଭୋଜନ ରୋଷେଇ ହୋଇପାରିନଥିଲା । ଶିକ୍ଷକ ଓ ସଭାପତି ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ବିସ୍କୁଟ୍ ପ୍ରଦାନ କରିଥିଲେ । ମାତ୍ର ବିଦ୍ୟାଳୟରେ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଚର୍ଚ୍ଚା ହେଉଛି
