Odisha news

ଶାସ୍ତ୍ର ଅନୁସାରେ ଘରେ ଏହି ୩ଟି ଜିନିଷ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ହୋଇ ଥାଆନ୍ତି ସନ୍ତୁଷ୍ଟ ଓ ହୋଇଥାଏ ଧନ ବୃଦ୍ଧି

0

ମାତା ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତିର ଜୀବନ ଉପରେ ରହିଥାଏ ତାର କୌଣସି କ୍ଷତି ହୋଇ ନଥାଏ l ଶାସ୍ତ୍ର ଅନୁସାରେ ଘରେ କିଛିଟା ଜିନିଷ ଲଗାଇବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ l ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ସଫଳତା ମିଳିବା ସହିତ ଆର୍ଥିକ ଅସୁବିଧା ମଧ୍ୟ ଦୂର ହୋଇଥାଏ l

* ଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାର, ବ୍ୟବସାୟ ପ୍ରତିଷ୍ଠାନ, କିମ୍ବା ଅଫିସ ରେ ସ୍ୱସ୍ତିକ ଚିହ୍ନ ଲଗାଇବା ଖୁବ ଶୁଭ ଅଟେ l ପୁରାଣରେ ସ୍ୱସ୍ତିକ ଚିହ୍ନକୁ ଗଣପତି ଓ ଲକ୍ଷ୍ମୀଙ୍କ ରୂପ ଭାବରେ ଗ୍ରହଣ କରାଯାଇ ଥାଏ l ସ୍ୱସ୍ତିକ ଶବ୍ଦ ସଂସ୍କୃତ ସୁ ଓ ଅସ୍ତି ର ମିଳନରୁ ରୁ ଉତ୍ପନ ହୋଇଛି l ଯାହାର ଅର୍ଥ ଅଟେ ଶୁଭ l ମାନ୍ୟତା ଅନୁସାରେ ସ୍ୱସ୍ତିକ ଚିହ୍ନ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ ଓ ଆମ ପରିବାର ଉପରେ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ l ହିନ୍ଦୁ ଧର୍ମର ସମସ୍ତ ପୂଜାରେ ସ୍ୱସ୍ତିକ ଚିହ୍ନ ତିଆରି ହୋଇଥାଏ l

* ନିଜ ଘରର ସୁଖ ସମୃଦ୍ଧି ପାଇଁ ଘରର ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀଙ୍କ ଚରଣ ନିହାତି ଲଗାଇବା ଆବଶ୍ୟକ l ଏପରି ମାନ୍ୟତା ରହିଛି ଯେ ଯେଉଁ ଘରେ ଧନ ର ଦେବୀ ଲକ୍ଷ୍ମୀଙ୍କ ଚରଣ ପାଦୁକା ରହିଥାଏ, ସେଠାରୁ ସମସ୍ତ ଦୁଃଖ ଦରିଦ୍ରତା ଦୂର ହୋଇଥାଏ l ଏହି ଚରଣ କୁ ଘରେ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l

* ବାସ୍ତୁ ଅନୁସାରେ ଚାନ୍ଦି ହାତୀ ଖୁବ ଶୁଭ ଅଟେ l ଏହାର ସକାରାତ୍ମକ ପ୍ରଭାବ ଘର ପରିବାରେ ଉପରେ ରହିଥାଏ l ଏହା ଛାଡ ଯଦି ଆପଣଙ୍କ ଘର ପରିବାର ଉପରେ ରାହୁକେତୁ ଙ୍କ ପ୍ରଭାବ ରହିଛି ତେବେ ତାହା ମଧ୍ୟ ଦୂର ହୋଇଯିବ l ଚାନ୍ଦି ହାତୀ ରଖିବା ଦ୍ୱାରା ବ୍ୟବସାୟ ଓ ଚାକିରୀ ରେ ଉନ୍ନତି ହୋଇଥାଏ l

Nalco
Leave A Reply