Odisha news

ଜଙ୍ଗଲ ବୃଦ୍ଧି କରିବା ପାଇଁ ବୁଗୁଡା ବନାଞ୍ଚଳ ପକ୍ଷରୁ ୮,୧୧,୦୦୦ ବୃକ୍ଷ ରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ

0

ବୁଗୁଡା /୧୭/୦୫/:– ଗଞ୍ଜାମଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ୮ ଲକ୍ଷ ୧୧ ହଜାର ବୃକ୍ଷ ରୋପଣ କରି ଆଗାମି ଦିନରେ ଜଙ୍ଗଲ ବୁଦ୍ଧୀ କରିବା ନିମନ୍ତେ ପ୍ରସ୍ତୁତି ଶେଷ ହୋଇଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଓ ବିଶ୍ୱ ପ୍ରାଣୀ ଜଗତକୁ ବଞ୍ଚାଇ ରଖିବା ପାଇଁ ବୃକ୍ଷ ରୋପଣ ଓ ସୁରକ୍ଷା ଏକମାତ୍ର ଉପାୟ ଅଟେ ବୋଲି କହିଛନ୍ତି ା  ୨୦୨୨-୨୩ ଆର୍ଥିକ ବର୍ଷରେ ବୁଗୁଡା ବାନାଞ୍ଚଳରେ ୧୦ ଟି ଚାରା ପ୍ରସ୍ତୁତ କେନ୍ଦ୍ରରେ ଆମ୍ବ, ପଣସ, ନିମ, ଜାମ, ବଉଳ, ଶାଗୁଆନ, ଗମ୍ଭାରୀ,ପିଆଶାଳ, ସିଶୁ ପ୍ରଭୃତି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ ପାଇଁ ଲକ୍ଷ୍ୟ ରଖି ୮ ଲକ୍ଷ ୧୧ ହଜାର ଚାରା ପ୍ରସ୍ତୁତ କରାଯାଇଛି। ସେଥି ମଧ୍ୟରୁ ୨ ଲକ୍ଷ ୪୦ ହଜାର ଚାରା ଜନସାଧାରଣଙ୍କୁ ବଣ୍ଟନ କରିବାକୁ ସ୍ଥିର ଥିବାବେଳେ ଅବଶିଷ୍ଟ ୫ ଲକ୍ଷ ୭୧ ହଜାର ଚାରା ବନ ବିଭାଗ ପକ୍ଷରୁ ପାହାଡ଼, ରାସ୍ତା ପାର୍ଶ୍ୱ ଓ ବିଭିନ୍ନ ଅନୁଷ୍ଠାନରେ ରୋପଣ କରିବା ପାଇଁ ସ୍ଥିର ହୋଇଅଛି। ବୁଗୁଡା ବନାଞ୍ଚଳ ପକ୍ଷରୁ ପାହାଡ଼ ଓ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ ପାଇଁ ଗାତ ଖୋଳା କାର୍ଯ୍ୟ ଶେଷ ହୋଇଥିବା ବେଳେ ମୌସୁମୀ ବର୍ଷା ଆରମ୍ଭ ହେବାପରେ ଚାରା ରୋପଣ କରାଯିବ ବୋଲି ବୁଗୁଡା ବନାଞ୍ଚଳ ଅଧିକାରୀ କହିଛନ୍ତି।

Nalco
Leave A Reply