ଭଞ୍ଜନଗର– ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ରାଣିକିଆରୀ ଗ୍ରାମ ପୋଖରୀରେ ୮ ବର୍ଷର ବାଳିକା ବୁଡି ମୃତ୍ୟୁ ଘଟିଛି ।ଖବର ନେବାରେ କାନସୁକା ଗ୍ରାମର ଶିବରାମ ଦାଶଙ୍କ ୮ବର୍ଷର ଝିଅ ଶ୍ରୀମନ୍ ଦାଶ ଏକମାସ ହେବ ଗାଲେରୀ ଫାଣ୍ଡି ରାଣିକିଆରୀ ଗ୍ରାମରେ ରହୁଥିବା ଅଜା ଘରକୁ ଆସିଥିବା ବେଳେ ବୁଧବାର ସକାଳୁ ଆଈଙ୍କ ସାଙ୍ଗରେ ନିକଟସ୍ଥ ପୋଖରୀରିକୁ ଗାଧେଇବାକୁ ଯାଉଥିବା ବେଳେ ଶ୍ରୀମନ୍ ର ଅସାବଧାନତା ଯୋଗୁଁ ପୋଖରୀରେ ବୁଡି ଯାଇଥିଲା ଯାହା ଫଳରେ ଶ୍ରୀମନ୍ କୁଗୁରୁତ୍ବର ଅବସ୍ଥାରେ ଉଧାର କରି ଗାଲେରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରାଯାଇଥିଲା ।ଏଠାରେ ଚିକିତ୍ସା କରୁଥିବା ଡାକ୍ତର ଶ୍ରୀମନ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଏହି ଘଟଣାକୁ ନେଇ ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା ଖବର ପାଇ ଡାକ୍ତରଖାନାରେ ପହଞ୍ଜି ଶ୍ରୀମନ୍ ର ମୃତଦେହ ଜବତ କରିବା ସହ ତଦନ୍ତକରି ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିବ ବେଳେ ଏହିଘଟଣାକୁ ନେଇ ତାରସିଂ ଥାନାରେ ଏକ ଅପମୃତ୍ୟୁ ମାମଲାରୁଜୁ ହୋଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି ।
