Odisha news

ଶ୍ରୀଅରବିନ୍ଦ ଶକ୍ତି ପୀଠରେ ପାଠଚକ୍ର ଅନୁଷ୍ଠିତ

0

ଭଞ୍ଜନଗର-ଭଞ୍ଜନଗର ସହର ତଳି ଅଂଚଳ ଶ୍ରୀରାମନଗର ଠାରେ ଥିବା ଶ୍ରୀଅରବିନ୍ଦ ଶକ୍ତି ପୀଠରେ ପଠାଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉକି ଶ୍ରୀଅରବିନ୍ଦଙ୍କ 150 ତମ ଜୟନ୍ତୀ ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମହାପୁରଷ ଶ୍ରୀଅରବିନ୍ଦଙ୍କ ଯୋଗ ଦର୍ଶନ ଶିକ୍ଷା ଦର୍ଶନ ଓ ତାଙ୍କର ପ୍ରଗାଢ଼ ଦେଶ ପ୍ରେମ ସମ୍ବନ୍ଧରେ ଆଲୋଚନାଚାଲିଛି l ଏହି ଆଲୋଚନା ଚକ୍ରରେ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ର ବୁଗୁଡ଼ା ଓ ଭଂଜନଗରର ସାଧକ, ସାଧିକା ମନେ ଯୋଗଦାନ କରିଥଲେ l ଲାଲସିଂ ପାଠଚକ୍ରର ସମସ୍ତ ସଭ୍ୟା, ସଭ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ରାଘନାଥ ପଣ୍ଡା, ହରେକୃଷ୍ଣ ପ୍ରଧାନ, କୃତ୍ତିବାସ ବିଶ୍ୱାଳ,ଗୀତା ଅପା, ପ୍ରମୁଖ ମଞ୍ଚାସିନ ରହି ଆଲୋଚନାରେ ଭାଗ ନେଇ ଥିଲେ l କାର୍ଯ୍ୟକ୍ରମ ଶେଷରେ ରତ୍ନମଞ୍ଜରୀ ପାଢୀ କୃତଜ୍ଞାତା ଜ୍ଞାପନ କରିଥିଲେ l

Nalco
Leave A Reply