Odisha news

ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ : ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ, ରେଗୁଲେଟ ଜୋନରେ ନିର୍ମାଣ ହେବ ଅଭ୍ୟର୍ଥନା ଗୃହ

0
ପୁରୀ: ଗତ କାଲି ସନ୍ଧ୍ୟାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଏକ ଗୁରୁତ୍ଵ ପୂର୍ଣ୍ଣ
ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତି ଅନୁଯାୟୀ ଶହେ ମିଟର ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ରେଗୁଲେଟ ଜୋନରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ଗୃହ। ଆଉଟଡୋର ଆସେସ ରୋଡ ପାଇଁ ଜମି ଅଧିଗ୍ରହଣ ସହ ଏହାର ବିକାଶ କରାଯିବ। ମୁଖ୍ୟ ମନ୍ଦିରରେ ପ୍ରଭାବ ନ ପଡିବା ଭଳି ଡିଜାଇନ୍ ଓ ଭକ୍ତଙ୍କ ମୌଳିକ ସୁବିଧା କଳିଙ୍ଗ ସ୍ଥାପତ୍ୟ କଳା ଓ ଆଧ୍ୟାତ୍ମିକ ଭାବନାରେ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଆଜି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆ ଯାଇଛି। ଏହି ଖବର ଜଣା ପଡିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ସହର ବୁଦ୍ଧିଜିବୀ ମାନେ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି |
Ad2
Leave A Reply