ଜମନକିରା,୧୨/୫: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଆଜି ଜିଲ୍ଲା ଜାତୀୟ ତମ୍ବାଖୁ ନିୟନ୍ତ୍ରଣ, ଖାଦ୍ୟ ସୁରକ୍ଷା ବିଭାଗ, ଡ୍ରଗ୍ କଣ୍ଟ୍ରୋଲ ବୋର୍ଡ ଏବଂ ଜମନକିରା ପୁଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ମୋଟ ୯୮୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଅଣ୍ଡର କୋତ୍ପା ୨୦୦୩ ଆଇନ ନିୟମ ଅନୁଯାଇ ସ୍କୁଲ, କଲେଜ, ବସ୍ତାଣ୍ଡ, ଜନଗହଲି, ହସ୍ପିଟାଲ ଦୂରରେ ଗୁଟକା, ତମ୍ବଖୁ, ଇତ୍ୟାଦି ନିଶା ଦ୍ରବ୍ୟ ୧୦୦ ମିଟର ଦୂରରେ ରହିବା ପାଇଁ ନିୟମ ରହିଥିବାବେଳେ ୧୦୦ ମିଟର ଭିତରେ ବିକ୍ରି ହେଉଥିବାକୁ ନେଇ ଆଜି ଜମନକିରା ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇ ୪୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ସେହିପରି ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ବେଆଇନ ଭାବେ ଦୂଷିତ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ ଉପରେ ୬ ଟି ଖାଦ୍ୟ ଦୁକାନ ଉପରେ ଚଢାଉ କରାଯାଇ ୫୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଜାତୀୟ ତମ୍ବାଖୁ ନିୟନ୍ତ୍ରଣ ପରାମର୍ଶଦାତା ସ୍ୱାଗତିକା ବେହେରା, ଖାଦ୍ୟ ସୁରକ୍ଷା ଅଧିକାରିଣୀ ଅଞ୍ଜୁ ଏକ୍କା, ଡ୍ରଗ ଇନ୍ସପେକ୍ଟର ସତ୍ୟନାରାୟଣ ମଲ୍ଲିକ ଏବଂ ଜମନକିରା ପୋଲିସ୍ ଅଧିକାରୀଙ୍କ ସହଯୋଗରେ ଚଢ଼ାଉ କରାଯାଇଥିଲା।
