Odisha news

ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ, ମନ ମୋହିଲା ଜୁମ୍ବା ନୃତ୍ୟ, ଉତ୍କଳୀୟ ସମର କଳା,

0
ପୁରୀ- ରବିବାର ସକାଳେ ପୁରୀ ବେଳାଭୂମିରେ ବିଚ କନେକ୍ଟ ବା ସଂଯୋଗ ସ୍ବର୍ଣ୍ଣାଭ ବେଳାଭୂମି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜୁମ୍ବା ନୃତ୍ୟ, ଉତ୍କଳୀୟ ସମର କଳା,ମ୍ୟୁଜିକ ଚେୟାର, ସ୍ବାସ୍ଥ୍ୟ ପରୀକ୍ଷା, ନ୍ୟାଚୁରପାଥି, କୁଇଜ ପ୍ରତିଯୋଗିତା, ପେଣ୍ଟିଂ, ୱାଟର ସ୍ପୋର୍ଟସ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ରିଙ୍ଗ ଥ୍ରୋ ଭଳି ଫନ ଗେମ୍, ମହିଳା ଓ ପୁରୁଷ ବିଭାଗରେ ଟଗ୍ ଅଫ୍ ୱାର (ଦୌଡି ଭିଡା) ଅନୁଷ୍ଠିତ ହୋଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଜନିତ ଦୁର୍ଘଟଣ‍ା ରୋକିବା ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶିତ ହୋଇଥିଲା ।
ଶ୍ରୀ ଲିଙ୍ଗରାଜ କଳା ପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପସ୍ଥିତ ଅଧିକାଂଶ ସେଲଫି ପଏଣ୍ଟର ମଜ୍ଜା ନେବା ସହ ମତାମତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ  ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବେଳାଭୂମି ସଫେଇ ସହ ଏହାର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ପୌରସଂସ୍ଥା ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି ।
ସରକାରୀ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ବ୍ୟବସାୟୀ, ବୁଦ୍ଧିଜିବୀ, ପୁରୀବାସୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ । ପ୍ରତି ରବିବାର ବ୍ୟବଧାନରେ ସକାଳ ସାଢେ ୫ ଘଟିକାରୁ ସାଢେ ୮ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଏହି ଅବସରରେ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ  ଜ୍ୟୋତି ଶଙ୍କର ମହାପାତ୍ର, ପୌର ସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଅତିରିକ୍ତ ନିର୍ବାହୀ ଅଧିକାରୀ ମନୋଜ ବେହେରା, ଜିଲ୍ଲା ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର ପାତ୍ର, ଜିଲ୍ଲା କ୍ରୀଡାଧିକାରୀ  ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପରାମର୍ଶଦାତା ଜ୍ୟୋତିପ୍ରକାଶ,  ସିଦ୍ଧାର୍ଥ ରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
Leave A Reply