ଓଜନ ବୃଦ୍ଧି ହେବା ଗୋଟିଏ ବଡ଼ ସମସ୍ୟାର କାରଣ ଅଟେ ।
ଆସନ୍ତୁ ଜାଣିବା ଓଜନର ପ୍ରତିକାର ପାଇଁ ରାତିରେ ଶୋଇବା ସମୟରେ କଣ ପ୍ରତିକାର କରିପାରିବା ।
* ସର୍ବ ପ୍ରଥମେ ଆମକୁ ସଂପୂର୍ଣ୍ଣ ନିଦର ଆବଶ୍ୟକତା ରହିଛି । କାରଣ ଖରାପ୍ ନିଦ ଓଜନ ବଢିବାର ଗୋଟିଏ କାରଣ ଅଟେ । ଆମେ ଶୋଇବାକୁ ଅବହେଳା କରିବା ଦ୍ୱାରା ଆମର ଷ୍ଟ୍ରେସ ହର୍ମୋନ ଅଧିକ ରିଲିଜ୍ ହୋଇଥାଏ । ଯେଉଁ କାରଣରୁ ଆମର ଅବସାଦ ସହିତ ଓଜନ ବୃଦ୍ଧି ହୋଇଥାଏ । ଅତି କମ୍ ରେ ଆମକୁ ୭ଘଣ୍ଟା ଭଲରେ ଶୋଇବା ଆବଶ୍ୟକ । ଭଲ ନିଦରେ ଶୋଇବା ଦ୍ବାରା ମେଟା ବଳିଯିମ ବଢିଥାଏ ଓ ଫ୍ୟାଟ ବର୍ନ ହୋଇଥାଏ ।
* ଗୋଟିଏ ଗବେଷଣା ରୁ ଜଣାପଡିଛି ଯେ ଲଙ୍କା ରେ ଥିବା ତତ୍ତ୍ଵ କେପ୍ସାଇସିନ ଦ୍ଵାରା ରାଗ ଅନୁଭୂତ ହୋଇଥାଏ , ଯେଉଁ କାରଣରୁ ଭୋକ କମ୍ କରାଇଥାଏ । ତେଣୁ କରି ରାତ୍ରି ଭୋଜନରେ ଗୋଟିଏ କଞ୍ଚା ଲଙ୍କା ସୁନିଶ୍ଚିତ ଖାଇବା ଉଚିତ୍ ।
* ରାତ୍ରି ଭୋଜନ ରେ ଚିନି ଓ ଷ୍ଟାର୍ଚ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ଚିନି ଓ ଷ୍ଟାର୍ଚ ଯୁକ୍ତ ଖାଦ୍ୟ ଆମ ଇନ୍ସୁଲିନ୍ କୁ ଉତେଜିତ କରିଥାଆନ୍ତି । ଇନ୍ସୁଲିନ୍ ଶରୀରରେ ମୁଖ୍ୟ ଫ୍ୟାଟ ଷ୍ଟୋରେଜ୍ ହାର୍ମନ ହୋଇଥାଏ । ଯେତେେଳେ ଆମ ଶରୀରରେ ଇନ୍ସୁ ଲିନ୍ କମ୍ ରହିଥାଏ ସେତେବେଳେ ଇନ୍ସୁଲିନ ରେ ଜମା ହୋଇଥିବା ଫ୍ୟାଟ୍ କୁ ବର୍ନ କରିବାକୁ ଆରମ୍ଭ କରି ଦେଇଥାଏ । ଯାହାଦ୍ଵାରା ଆପଣଙ୍କ ଓଜନ ଧୀରେ ଧୀରେ କମାଇବାକୁ ଆରମ୍ଭ କରିଥାଏ । ଯାହା ଫଳରେ ଓଜନ ହ୍ରାସ ହେବା ଆରମ୍ଭ କରିଥାଏ ।