Odisha news

ବିଜୁବାବୁ ଙ୍କ ତିରୋଧାନ ଦିବସ ରେ ରକ୍ତଦାନ ଶିବିର

0

ନର୍ଲା , ସକାଳ ଖବର (ଦିପକ କୁମାର ଠାକୁର) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲାରୋଡ ଦୁର୍ଗlମଣ୍ଡପ ପ୍ରାଙ୍ଗଣରେ ଛାତ୍ରବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 25 ତମ ତିରୋଧାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରକ୍ତଦାନ ଶିବିର କାର୍ଯକ୍ରମ କୁନର୍ଲା ବିଧାୟକ ଭୂପିନ୍ଦର ସିଂ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଚେୟାରମ୍ୟାନ ପୁଷ୍ପେନ୍ଦ୍ର ସିଂଦେଓ କାର୍ଯକ୍ରମ ରେ ଯୋଗଦାନ କରିଥିଲେ ନର୍ଲା ଜୋନ 2 ଜିଲ୍ଲା ପରିଷଦ ତଥା ବିଜେଡି ଯୁବ ସଭାପତି ହରିଶଙ୍କର ମାଝୀ,ଜୋନ 1

ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନମ୍ରତା ସାହୁ, ଛାତ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ଛାତ୍ର ଜିଲ୍ଲା ସଭାପତି ଅଜିତ ସାହୁ, ରାମପୁର ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଶତପଥି,ରାମପୁର ବ୍ଲକ ଚେୟାରମେନ ମନ୍ଦlକିନୀ ସିଂଦେଓ, କରଲାମୁଣ୍ଡା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସର୍ଗିଗୁଡ଼ା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ହାମେଶ କୁମାର ଜୈନ, ବିଜେଡି ଯୁବ ନେତା ବିଜୟ ବୁଦ୍ଧିଆ, ଭବାନୀ ସାହୁ, ପ୍ରେମସାଗର ନାୟକ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ l ରକ୍ତଦାନ ଶିବିର ରେ 31 ୟୁନିଟ ରକ୍ତସଂଗ୍ରହ ହୋଇଥିଲା l ଜିଲ୍ଲା ରକ୍ତଭଣ୍ଡାର ରେ କାର୍ଯାରତ କୃଷ୍ଣଚନ୍ଦ୍ର ସାହୁ, ବୁକଦର ଚନ୍ଦନ, ସଞ୍ଜୀବ କୁମାର ମହାକୁଡ଼, ପ୍ରଶାନ୍ତ ପ୍ରଧାନ ପରିଚାଳନା ରେ ସହଯୋଗ କରିଥିଲେ l

Leave A Reply