Odisha news

କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବଙ୍କ ପୁରୀ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ଟେଲି ମେଡିସିନ ସେବା ଉପରେ ଗୁରୁତ୍ବ

0
ପୁରୀ: କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ବିଭାଗର ଯୁଗ୍ମ ସଚିବ ଡକ୍ଟର ହର୍ମିତ ସିଂହ ଗତ କାଲି ପୁରୀ ଗସ୍ତରେ ଆସି ସ୍ଥାନୀୟ ବଳିଆ ପଣ୍ଡା ଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି।
ଏଥି ସହ ସରକାରଙ୍କ ତରଫରୁ ରୋଗୀ ମାନଙ୍କୁ ଯୋଗାଇ ଦିଆଯାଉ ଥିବା ବିଭିନ୍ନ ସ୍ବାସ୍ଥ୍ୟ ସେବା ଗୁଡିକ ସମୀକ୍ଷା କରିଛନ୍ତି। ସେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା ଏବଂ ସେଠାରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କର ରୋଗୀଙ୍କ ପ୍ରତି ଉତ୍ତମ ବ୍ୟବହାରକୁ ପ୍ରଶଂସା କରି ଛନ୍ତି। ଶ୍ରୀ ସିଂ ଟେଲି ମେଡ଼ିସିନ ସେବା ଆରମ୍ଭ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି। ଟେଲି ମେଡ଼ିସିନ ସେବା ଉପଲବ୍ଧ ହେଲେ ରୋଗୀ ମାନେ ସିଧସଳଖ ଏମସ୍ ଏଵଂ କଟକ ଏସସିବି ମେଡ଼ିକାଲ କଲେଜର ଡାକ୍ତରଙ୍କ ସହିତ ଯୋଗା ଯୋଗ କରି ଉପଯୁକ୍ତ ପରାମର୍ଶ ପାଇପାରିବେ। ସେ ପୁରୀ ରେଳ ଷ୍ଟେସନ ନିକଟ ରାମଚଣ୍ଡୀ ବାଲି କୁଦ ବସ୍ତି ପରିଦର୍ଶନ କରି ଥିଲେ।
ମା ବିମଳା ମହିଳା ଆରୋଗ୍ୟ ସମିତି  ତରଫରୁ ରାମଚଣ୍ଡୀ ବାଲିକୁଦ ବସ୍ତିରେ ଆୟୋଜିତ ହୋଇ ଥିବା ଏକ ବୈଠକରେ ଯୋଗା ଯୋଗ ଦେଇ ବସ୍ତିର ଲୋକମାନଙ୍କ ସହିତ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରି ଥିଲେ। କରୋନା ମହାମାରୀ ଭଳି କଠିନ ସମୟରେ ମହିଳା ସମିତି ତରଫରୁ ବସ୍ତି ଲୋକମାନଙ୍କୁ ଯୋଗାଇ ଦିଆଯାଇ ଥିବା ସେବା ସଂପର୍କରେ ପଚାରି ବୁଝି ଥିଲେ। ସେହିପରି ଆଶା କର୍ମଚାରୀ ମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରି ଥିଲେ।
ମହିଳା ସମିତି ତରଫରୁ ବସ୍ତିର ଲୋକମାନଙ୍କ ନିମନ୍ତେ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା । ଶ୍ରୀ ସିଂ ବସ୍ତିରୁ କୁଷ୍ଠ ରୋଗ ଦୂରୀକରଣ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ଵରର ନିରାକରଣ ପାଇଁ ସରକାରଙ୍କ ନୂଆ ସ୍ବାସ୍ଥ୍ୟ ସେବା ଯୋଜନାରେ ସାମିଲ ହେବାକୁ ମହିଳା ସମିତି ସଦସ୍ୟ ମାନଙ୍କୁ ଆହ୍ବାନ ଦେଇ ଥିଲେ। ଶ୍ରୀ ସିଂ ଙ୍କ ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଏନଆରଏଚଏମର ଡିପିଏମ, ଏପିଏମ୍, ଏମ ତଥା ସିପି, ପିଏଚ୍ଏମଙ୍କ ସହିତ ବହୁ ସ୍ବାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Leave A Reply