Odisha news

କୋଣାର୍କ ସତ୍ୟ ସାଇ ସଂଗଠନ ପକ୍ଷରୁ୨ ମାସ ପାଇଁ ଖୋଲିଲା ପାନୀୟ ଜଳସେବା କେନ୍ଦ୍ର।

0
କୋଣାର୍କ : କୋଣାର୍କ ଅଂଚଳର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ସଂଗଠନ “କୋଣାର୍କ ସତ୍ୟ ସାଇ ସେବା ସଂଗଠନ ” ପକ୍ଷରୁ  ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଥାନାଛକ ଠାରେ ଏକ ପାନୀୟ ଜଳସେବା କେନ୍ଦ୍ର ୨ ମାସ ଚାଲିବା ପାଇଁ ଶୁଭାରମ୍ଭ ହୋଇଛି। ଏଠାରେ ସ୍ଥାନୀୟ ଲୋକଙ୍କ ସହିତ ସମସ୍ତ ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ପରିମାଣର ଦହି ସର୍ବତ ସହିତ ସମସ୍ତପ୍ରକାର ଥଣ୍ଡା ପାନୀୟ ଜଳ ଯୋଗାଇବା ଲକ୍ଷ ନେଇ କୋଣାର୍କ ସତ୍ୟସାଇ ସେବା ସଂଗଠନର  ଆବାହକ ଅରବିନ୍ଦ ସାହୁ ଓ ପୂର୍ବତ ଆବାହକ  ବାମଦେବ ଆଲୁକଙ୍କ ନେତୃତ୍ବରେ ଏହି ପାନୀୟ ଜଳସେବା କେନ୍ଦ୍ର ଶୁଭାରମ୍ଭ  କରାଯାଇଅଛି ।ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ତଥା ବୁଦ୍ଧିଜୀବି ରବୀନ୍ଦ୍ର ବାହିନୀପତି, କୋଣାର୍କ ଥାନା ଅଧିକାରୀ ଦୀପକ ସାମନ୍ତସିଂହାର, ରାମଚଣ୍ଡୀ ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରର ଅଧିକାରୀ ବିଚିତ୍ର କୁମାର ଚୌଧରି ,ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି  , ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହିତ ଅନୁଷ୍ଠାନର ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଭୁରି ଭୁରି  ପ୍ରଶଂସା କରିଥିଲେ।  କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ବିଭିନ୍ନ ପ୍ରାନ୍ତରୁ ଦେଶବିଦେଶ  ପର୍ଯ୍ୟଟକ ଓ ସ୍ଥାନୀୟ ଛାତ୍ରଛାତ୍ରୀ ମାନେ  ମାନେ କୋଣାର୍କ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଖୋଲା ଯାଇଥିବା ପାନୀୟ ଜଳ ସେବା କେନ୍ଦ୍ର ରୁ ସୁମଧୁର ପାନୀୟ ଜଳ ପିଇବା ସହ ସନ୍ତୋଷ ବ୍ଯକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଗଠନର ସଦସ୍ୟ କୈଳାଶ ଚନ୍ଦ୍ର ପରିଡା,ଅଜୟକୁମାର ସ୍ୱାଇଁ,  ଭମରବରସେଠି,ରିନାରାଣୀ ସାହୁ, ସୁଷମା ବସ୍ତିଆ, ଜ୍ୟାଷ୍ଣରାଣୀ ବାରିକ,ବାସନ୍ତି ସାହୁ,ପୁଷ୍ପାଲତା ସାହୁ,ଭାଗିରଥୀ କାଣ୍ଡି ପ୍ରମୁଖ ସହଯୋଗ କରିଥିଲେ।
Leave A Reply