Odisha news

ବୁଗୁଡ଼ା : ପରିତ୍ୟକ୍ତ କୂଅରେ ଭାସୁଛି ଶବ

0
ବୁଗୁଡ଼ା : ତା ୦୮/୦୪/୨୨ : ଗଞ୍ଜାମ ବୁଗୁଡା ସହର ଉପକଣ୍ଠ ପୋଲସରା ରାସ୍ତାର ଏନଏସି ସ୍ୱାଗତ ଗେଟ ନିକଟରେ  ପୃଥିବୀ ରାଜ ଚୌଧୁରୀଙ୍କ ନିର୍ମାଣାଧିନ ଘର କଡରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଅଜଣା ଶବ ପଡ଼ିଥିବା ପ୍ରଚାର ହୋଇଛି l  ଦୁର୍ଗନ୍ଧ ହେବାରୁ ପ୍ରଥମେ କିଛି ଲୋକ କୂଅ ନିକଟକୁ ଯାଇ ଏକ ଶବ ଭାସୁଥିବା ସନ୍ଧେହ କରିଥିଲେ l   ଆଜି ସନ୍ଧ୍ୟାରେ ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ l
ଖବର ପାଇ ବୁଗୁଡା ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ଗଳିତ ଶବ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଦୁର୍ଗନ୍ଧ ହେଉଥିବାରୁ ଶବଟି ପଚି ସଢ଼ି ଯାଇଥିବା ବେଳେ ଘଟଣାଟି ପ୍ରାୟ ସପ୍ତାହେ ପୂର୍ବରୁ ଘଟିଥିବା ଅନୁମାନ କରା ଯାଉଛି l ଶବଟିର ମୁହଁରୁ ଅଧା ଶରୀର ପର୍ଯ୍ୟନ୍ତ ଅଖା ଗୁଡ଼ାଇ ହୋଇ ରହିଥିବା ଏବଂ ଗୋଡ଼ରୁ ଦେହ ପର୍ଯ୍ୟନ୍ତ ଶାଢ଼ୀ ଗୁଡ଼ାଇ ହୋଇ ରହିଛି l କୂଅ ଭିତରେ ମହିଳା ଚପଲ ହଳେ ପଡି ଥିବାରୁ ଏହା କୌଣସି ମହିଳାଙ୍କ ଶବ ହୋଇ ଥାଇପାରେ ବୋଲି ସନ୍ଧେହ କରା ଯାଉଛି l  ହତ୍ୟା ପରେ ଶବକୁ ଅଖାରେ ପୁରାଇ ଏହି କୂଅରେ ଫୋପାଡ଼ି ଦେଇ ଦୁର୍ବୁତ୍ତ ମାନେ ପଳାଇ ଯାଇଥିବା ସନ୍ଧେହ କରା ଯାଉଛି l
ତେବେ ଅନ୍ଧାର ହୋଇ ଯାଇଥିବାରୁ ଶବ ଉଦ୍ଧାର ହୋଇ ପାରିନି l ସକାଳେ ଶବ ଉଦ୍ଧାର ହେବା ପରେ ହିଁ ଏହା ମଣିଷ ଶବ ନା ଆଉ କଣ ତାହା ଜଣା ପଡିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି l
Leave A Reply