Odisha news

ପୌର ନିର୍ବାଚନ : କୋଣାର୍କ ଏନ ଏ ସି ରେ ପୋୖରାଧ୍ୟକ୍ଷା ପଦ ବାଜିମାତ କଲା ବିଜେଡି

0
କୋଣାର୍କ:- ୨୬/୩ ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଶନିବାର ସରିଛି ପୌର ନିର୍ବାଚନ  ଫଳାଫଳ ର ଘୋଷଣା। କୋଣାର୍କ ଏନ ଏ ସି ରେ ପୌର ନିର୍ବାଚନ ରେ ବିଜୁ ଜନତା ଦଳ ବାଜିମାତ କରିଥିବା ବେଳେ ପୋୖରାଧ୍ୟକ୍ଷା ପଦବୀ କୁ ହାତେଇ ନେଇଛି। ମୋଟ ୯୦୬୬ ଭୋଟର କୋଣାର୍କ ଏନ ଏ ସି ରେ ମତଦାନ କରିଥିବା ବେଳେ ବିଜୁ ଜନତା ଦଳ ମୋଟ ୩୩୪୬ ଖଣ୍ଡ ଭୋଟ ପାଇଛି, ଭାରତୀୟ ଜନତା ପାର୍ଟି  ୨୪୮୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ୨୪୨୭ ଖଣ୍ଡ ଭୋଟ ପାଇଛି, ବହୁଜନ ସମାଜ ପାର୍ଟି ୬୨ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ରଞ୍ଜୁଲତା ଭୋଳ ୬୨୩ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀନୀ ଅଶାଲତା  ରାଉତରାୟ ୬୬ ଖଣ୍ଡ ଭୋଟ ପାଇଛନ୍ତି ସେହିଭଳି ନୋଟା ରେ ୫୭ ଜଣ ଭୋଟ ଦେଇଥିବା ଜଣାପଡିଛି।୧୩ ଟି ୱାର୍ଡ ରୁ ୭ ଟି ୱାର୍ଡ ରେ କାଉନସିଲର ପଦ ବିଜୁ ଜନତା ଦଳ ହାତେଇଥିବା ବେଳେ ୩ ଟି ୱାର୍ଡ ରେ କଂଗ୍ରେସ ଏବଂ ୨ ୱାର୍ଡ ରେ ବିଜେପି ଓ ଗୋଟିଏ ୱାର୍ଡ ରେ ସ୍ୱାଧୀନ ପ୍ରାର୍ଥୀନୀ ସିଟ ହାତେଇଥିବା ଜଣାପଡିଛି।ତେବେ କୋଣାର୍କ ଏନ ଏ ସି ରେ ବିଜୁ ଜନତା ଦଳ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟି କୁ ପଛରେ ପକାଇ ମୋଟ ୮୫୯ ଖଣ୍ଡ ଭୋଟ ରେ ବିଜୟୀ ହୋଇଥିବା ଜଣାପଡିଛି। ଦ୍ୱିତୀୟ ସ୍ଥାନରେ ରହି ବିଜେପି ପ୍ରଥମ ଥର କୋଣାର୍କ ଏନ ଏ ଏସି ରେ ତାର ସଂଗଠନ କୁ ମଜୁବୁତ ସ୍ଥିତି ରେ ରଖିଥିବା ବେଳେ କଂଗ୍ରେସ ମଧ୍ୟରେ ନେତୃତ୍ୱ ର ଅଭାବ ଓ   ଦଳ ମଧ୍ୟରେ ଅନ୍ତରଦ୍ଵନ୍ଦ ବିଶେଷ ଭାବେ କୋଣାର୍କ ଏନ ଏ ଏସି ର  କଂଗ୍ରେସ ର ବରିଷ୍ଠ ଯୁବ ନେତା ତଥା ରାଜ୍ୟ ସାଧାରଣସମ୍ପାଦକ (ମିଡ଼ିଆସେଲ) ସୁବାଷ ନାୟକ କୁ ଚଳିତ ନିର୍ବାଚନ ରେ  କଂଗ୍ରେସ ପକ୍ଷରୁ ଅଣଦେଖା କୁ ନେଇ ଓ ଅନ୍ତର୍ଦ୍ୱନ୍ଦ କୁ ସମାଧାନ କରିବା କ୍ଷେତ୍ରରେ ବିଫଳତା ପାଇଁ ଦଳ ତାର ସ୍ଥିତି ହରେଇଲା ବୋଲି ସାଧାରଣ ରେ ଚର୍ଚା ଜୋର ଧରିଛି ।
Leave A Reply