ପାରାଦୀପ୍ ପୌର ନିର୍ବାଚନ : ପାରାଦୀପ୍ ରେ ଅଧ୍ୟକ୍ଷ ଜିତିଲେ ବସନ୍ତ କୁମାର ବିଶ୍ଵାଳ , ବାଜି ମାରିଲେ ସର୍ଖଲେ , ବିଜେପି ତିନି
ପାରାଦୀପ୍ – ପାରାଦୀପ୍ ରେ ଅଧ୍ୟକ୍ଷ ଜିତିଲେ ବସନ୍ତ କୁମାର ବିଶ୍ଵାଳ | ବିଜେଡି ଦଳ ତରଫରୁ ସେ ନିର୍ବାଚନ ଲଢୁଥିଲେ ଆଉ ତାଙ୍କ ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାରାଦୀପ୍ ବାସୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି | ଅନ୍ୟପକ୍ଷରେ ଆମ ପାରାଦୀପ୍ ଆମ ପ୍ରଗତି ବ୍ୟାନର ରେ କଂଗ୍ରେସ ଛାଡି ବାପି ସର୍ଖଲେ ଚଳିତ ନିର୍ବାଚନରେ ବିଜେଡି କୁ କଡା ଟକ୍କର ଦେଇଚି | ବାପି ଙ୍କ ସ୍ଵାଧୀନ ପ୍ରାର୍ଥୀ 8 ଟି ୱାର୍ଡ ରେ ଜିତିଥିଲା ବେଳେ ବିଜେଡି 7 ଟି ୱାର୍ଡ ବିଜେପି 3 ଟି ୱାର୍ଡ ଓ କଂଗ୍ରେସ ଗୋଟିଏ ୱାର୍ଡ ରେ ଜିତିଛି | ସବୁଠାରୁ ବଡ କଥା ହେଉଛି ପାରାଦୀପ୍ ବନ୍ଦର ରେ ଚଳିତ ଥର ବାପି ସର୍ଖଲେ କଂଗ୍ରେସ ଛାଡି ଆମ ପାରାଦୀପ୍ ଆମ ପ୍ରଗତି ନାମରେ ଏକ ନୂଆ ଗୋଟି ଚାଳନା କରିଥିଲେ | ସ୍ଵାଧୀନ ଭାବେ ଘର ଘର ପ୍ରାର୍ଥୀ ଙ୍କୁ ନେଇ ବୁଲି ସେ ମୋଟ 8 ଟି ୱାର୍ଡ ରେ ତାଙ୍କ ପ୍ରାର୍ଥୀ ମାନଙ୍କୁ ଜିତାଇ ଆଣିଲେ | ବାପି ବିଜେଡି ଠାରୁ ଗୋଟିଏ କାଉନ୍ସିଲର ଅଧିକା ଜିତାଇ ଆଣିଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି | ବିଜେଡି ମାତ୍ର 7 ଟି ୱାର୍ଡ ରେ କାଉନ୍ସିଲର ଜିତି ପାରିଥିବା ବେଳେ ଅଧ୍ୟକ୍ଷ ପଦ କୁ ବଳବତ୍ତର ରଖିଛନ୍ତି ବସନ୍ତ ବିଶ୍ଵାଳ | ବସନ୍ତ ଙ୍କ ଲୋକ ସମର୍ଥନ ତାଙ୍କୁ ଜିତାଇବାରେ ସମର୍ଥ ଥିବା ବେଳେ ବିଜେପି ମଧ୍ଯ ଚଳିତ ନିର୍ବାଚନରେ 3 ଟି ୱାର୍ଡ ଅକ୍ତିଆର କରିଛି | 1 ନମ୍ବର ୱାର୍ଡ ରେ ସ୍ବାଧୀନ- ୨୬୦ ରେ ବିଜୟୀ (ଜୟନ୍ତୀ ମାଦେଳି), ୨ ନମ୍ବର ୱାର୍ଡ ରେ ସ୍ବାଧୀନତ-୪୩ ଖଣ୍ଡରେ ବିଜୟୀ (ଛବିଲତା ରାଉତ) , 3 ନମ୍ବର ୱାର୍ଡ ରେ ବିଜେଡି-୪୭୬ ଖଣ୍ଡରେ ବିଜୟୀ (କବିତା ସାହୁ) , 4 ନମ୍ବର ୱାର୍ଡ ରେ କଂଗ୍ରେସ-୪୭୦ ଖଣ୍ଡରେ ବିଜୟୀ (କେଦାରନାଥ ଜେନା) , 5 ନମ୍ବର ୱାର୍ଡ ରେ ସ୍ବାଧୀନ- ୩୮୪ ଖଣ୍ଡରେ ବିଜୟୀ (ସ୍ୱପ୍ନାରାଣୀ ଜେନା), 6 ନମ୍ବର ୱାର୍ଡ ରେ ସ୍ବାଧୀନ- ୧୧ ଖଣ୍ଡରେ ବିଜୟୀ (ବନିତା ରାଉତ)
, ୭ ନମ୍ବର ୱାର୍ଡରେ ବିଜେଡି- ୧୨୧ ଖଣ୍ଡ ରେ ବିଜୟୀ (ସରୋଜିନୀ ସାହୁ), ୮ ନମ୍ବର ୱାର୍ଡ ରେ ବିଜେଡି- (ଅଜିତ୍ ଷଡ଼ଙ୍ଗୀ) , ୯ ନମ୍ବର ୱାର୍ଡ ରେ ବିଜେପି-୩୯୫ ଖଣ୍ଡରେ ବିଜୟୀ (ସୁବ୍ରତ ପ୍ରଧାନ) , ୧୦ ନମ୍ବର ୱାର୍ଡ ରେ ବିଜେଡି- ୬୪୩ ଖଣ୍ଡରେ ବିଜୟୀ (ସୁଶାନ୍ତ ଦାସ) , 11 ନମ୍ବର ୱାର୍ଡ ରେ ବିଜେଡି-୮୨ ଖଣ୍ଡରେ ବିଜୟୀ (ପ୍ରଭାତୀ ନାୟକ) , ୧୨ ନମ୍ବର ୱାର୍ଡ ରେ ବିଜେପି- ୧୫୪ ଖଣ୍ଡରେ ବିଜୟୀ (ପ୍ରତାପ ନାୟକ)୧୩ ନମ୍ବର ୱାର୍ଡରେ ସ୍ବାଧୀନ- ୫ ଖଣ୍ଡରେ ବିଜୟୀ (ସୁକ୍ରମଣି ନାଗ୍) , ୧୪ ନମ୍ବର ୱାର୍ଡରେ ସ୍ବାଧୀନ-୮୫ ଖଣ୍ଡରେ ବିଜୟୀ (ସଂଘମିତ୍ରା ସ୍ବାଇଁ), ୧୫ ନମ୍ବର ୱାର୍ଡରେ ସ୍ବାଧୀନ-୩୮୫ ଖଣ୍ଡରେ ବିଜୟୀ (ସୌଦାମିନୀ ସାହୁ)
୧୬ ନମ୍ବର ୱାର୍ଡରେ ବିଜେଡି-୨୯୫ ଖଣ୍ଡରେ ବିଜୟୀ (ମନୋଜ ନାୟକ),
୧୭ ନମ୍ବର ୱାର୍ଡରେ ବିଜେପି-୫ ଖଣ୍ଡରେ ବିଜୟୀ (ରୁନୁରାଣି ପରିଡ଼ା),
୧୮ ନମ୍ବର ୱାର୍ଡ ରେ ସ୍ଵାଧୀନ- ୨୪୩ ଖଣ୍ଡରେ ବିଜୟୀ (କାମ୍ବଲ ଜଗନ୍ନାଥ ରାଓ), ୧୯ ନମ୍ବର ୱାର୍ଡ ରେ ବିଜେଡ଼ି- ୪୫୨ ଖଣ୍ଡରେ ବିଜୟୀ (ନବ କୁମାର ବେହେରା) ହୋଇଛନ୍ତି | ଅଧ୍ୟକ୍ଷ ଭାବେ 4 ଜଣ ପ୍ରତିଦ୍ଵନ୍ଦୀ ଥିବା ବେଳେ ଅନୋଜ କୁମାର ରାଉତ ମୋଟ 2062 ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ର ଗୌତମ କୁମାର ନାୟକ 4516 ଖଣ୍ଡ ଭୋଟ୍ , ବାପି ସର୍ଖଲେ ଙ୍କ ପ୍ରାର୍ଥୀ ଦେବବ୍ରତ ସାହୁ 6178 ଖଣ୍ଡ ଭୋଟ୍ , ବିଜେଡି ର ବସନ୍ତ କୁମାର ବିଶ୍ଵାଳ 14938 ଖଣ୍ଡ ଭୋଟ୍ ପାଇଥିବା ବେଳେ ନୋଟା କୁ ଯାଇଚି 189 ଖଣ୍ଡ ଭୋଟ୍ | ତେବେ ବିଜେଡି ପ୍ରାର୍ଥୀ ବସନ୍ତ ବିଶ୍ଵାଳ 8760 ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି | ବସନ୍ତ ପୁନର୍ବାର ଦିତୀୟ ଥର ପୌରାଧ୍ୟକ୍ଷ ଆସନ ରେ ବିଜୟ ଲାଭ କରିଛନ୍ତି | ବିଜେଡି ର ଅଧ୍ୟକ୍ଷ ପଦ ଆସିଥିବା ବେଳେ ବାପି ଙ୍କ ସ୍ଵାଧୀନ କାଉନ୍ସିଲର ବିଜେଡି ଠାରୁ ଅଧିକ ଆସିବା ପାରାଦୀପ୍ ରାଜନୀତି ରେ ଏବେ ହଇଚଇ ସୃଷ୍ଟି କରିଛି |