Odisha news

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର କ୍ରାଇମ ସିନ ରିକ୍ରିଏସନ ପାଇଁ ହତ୍ୟାକାରୀମାନଙ୍କୁ ୩ ଦିନ ରିମାଣ୍ଡରେ ଆଣିଲା ପୋଲିସ

ପୋଲିସକୁ ହତ୍ୟା କାଣ୍ଡର ଡେମୋ ଦେଖାଇଲେ ୨ ହତ୍ୟା ଅଭିଯୁକ୍ତ, ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ଟିମ୍ ଗଠନ

0
ପୁରୀ:   ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ସେବାୟତ କୃଷ୍ଣ ଚନ୍ଦ୍ର ପ୍ରତିହାରି ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ମଧ୍ୟରୁ ୪ ଜଣଙ୍କୁ ଅଧିକ ଜେରା ଓ କ୍ରାଇମ ସିନ ରି-କ୍ରିଏସନ୍ କରିବା ପାଇଁ କୋର୍ଟରୁ ୩ ଦିନିଆ ରିମାଣ୍ଡରେ ଆଜି ଆଣିଛି ଟାଉନ ଥାନା ପୋଲିସ। ଶନିବାର ସକାଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୋଲିସ ହତ୍ୟା ଘଟଣାର କ୍ରାଇମ ସିନ ରିକ୍ରିଏସନ୍ ଓ ଭିଡ଼ିଓ ରେକର୍ଡ କରିଛି । ପୋଲିସ ସକାଳେ ଜିଲ୍ଲା କାରାଗାରରୁ ଟୁଟୁ ମହାପାତ୍ର, କୁନମୁନି ସୁଆର, ବାବା ମହାପାତ୍ର ଓ ହରି ପଣ୍ଡାଙ୍କୁ ନିଜ ହେପାଜତକୁ ଆଣି ଥିଲା।
ସେମାନଙ୍କ ମଧ୍ୟରୁ ପୋଲିସ କୃଷ୍ଣଙ୍କୁ ଗୁଳି କରି କରି ହତ୍ୟା କରିଥିବା ଟୁଟୁ ଓ କୁନମୁନିକୁ ନେଇ ଘଟଣା ସ୍ଥଳ ବାରବାଟି ଜାଗା ନୃସିଂହ ମନ୍ଦିର ଚକଡା ନିକଟକୁ ନେଇ ଥିଲା। ସେଠାରେ  ଜିଲ୍ଲା ଏସପି ଡକ୍ଟର କନ୍ୱୱର ବିଶାଳ ସିଂ, ଅତିରିକ୍ତ ଏସପି ମିହିର କୁମାର ପଣ୍ଡା, ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ଫରେନସିକ ସାଇଣ୍ଟଫିକ ଟିମ୍ ପ୍ରମୁଖ ଉପସ୍ଥିତ ରହି କୃଷ୍ଣଙ୍କୁ ଅଭିଯୁକ୍ତ ଦ୍ବୟ କିପରି ଭାବେ ହତ୍ୟା କଲେ ସେ ସଂପର୍କରେ ପଚାରି ଥିଲେ। ଅଭିଯୁକ୍ତ ଦ୍ବୟ ପୋଲିସ ଆଗରେ ହତ୍ୟାକାଣ୍ଡ ଘଟଣାର ପୁରା ଡେମୋ ଦେଖାଇ ଥିଲେ। ଟୁଟୁ ଓ କୁନମୁନି ପୋଲିସ ଆଗରେ ଘଟଣା ସମ୍ପର୍କରେ ପୁରା ବଖାଣି ଥିଲେ । ଚକଡା଼ ଉପରେ କୃଷ୍ଣ ଓ କୁନମୁନି ବସି ଥିଲେ। କୁନମୁନି କୃଷ୍ଣଙ୍କୁ ଏକ ଜମି କାଗଜ ଦେଖାଇ ଥିଲା। ଏହି ସମୟରେ ହଠାତ୍ ପଛରୁ ଟୁଟୁ ମହାପାତ୍ର କୃଷ୍ଣଙ୍କ ମୁଣ୍ଡକୁ ଲକ୍ଷ କରି ଏକ ଦେଶୀ ପିସ୍ତଲରୁ ଗୁଳି ମାଡ଼ କରି ଥିଲା। ଗୁଳି ତାଙ୍କ ମୁଣ୍ଡ ପଛ ପଟରୁ ପଶି ସମ୍ମୁଖ କପାଳ ଦେଇ ବାହାରି ଯାଇ ଥିଲା। ଫଳରେ କୃଷ୍ଣ ଚିତ୍କାର କରି ପଛକୁ ଟଳି ପଡ଼ିଥିଲେ। ଏହି ସମୟରେ କୁନମୁନି ଟୁଟୁ ହାତରୁ ପିସ୍ତଲ ଆଣି କୃଷ୍ଣଙ୍କ ଛାତିକୁ ଲକ୍ଷ କରି ୨ ରାଉଣ୍ଡ ଗୁଳି ଚଳାଇ ଥିଲା। ଫଳରେ କୃଷ ସେଠାରେ ଟଳି ପଡ଼ିଥିଲେ।
ତାଙ୍କର ପ୍ରାଣ ବାୟୁ ଉଡି ଯାଇ ଥିଲା। ତେବେ ଏହି ହତ୍ୟାକାଣ୍ଡ ମୁଖ୍ୟତଃ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ହୋଇଛି। ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ର କାରୀ ହେଉଛନ୍ତି ମୃତ ଗୁନ ସିଂହାରୀଙ୍କ ବଡ଼ ଭାଇ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରୀ। ଘଟଣା ଘଟିବା ପରେ ପୋଲିସ ଗିରଫ ଭୟରେ ହତ୍ୟା କାରୀ ମାନେ ସେଠାରୁ ଫେରାର ହୋଇ ଯାଇ ଥିଲେ। ହତ୍ୟାକାରୀ ମାନଙ୍କୁ ଧରିବା ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ୪ ଗୋଟି ଟିମ୍ ଗଠନ ହୋଇ ଥିଲା। ଏହି ହତ୍ୟା କାଣ୍ଡ ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଏହି ହତ୍ୟା ଘଟଣାକୁ ସବୁଠୁ ଅଧିକ ଗୁରୁତ୍ଵ ସହ ଗ୍ରହଣ କରି କରିଛି। ମୃତ କୃଷ୍ଣଙ୍କ ପରିବାରକୁ ନ୍ୟାୟ ଦେବା ସହ ଅଭିଯୁକ୍ତ ମାନଙ୍କୁ କଡ଼ା ଦଣ୍ଡ ବିଧାନ କରିବା ପାଇଁ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଏସଆଇଟି ଟିମ୍ ଗଠନ ହୋଇଛି।  ଅତିରିକ୍ତ ଏସପି ମିହିର ପଣ୍ଡାଙ୍କ ନେତୃତ୍ୱରେ ସିଟି ଡିଏସପି ଜନାରର୍ଦନ ପାଢି, ବଳିଆପଣ୍ଡା ଥାନା ଆଇଆଇସି ସୁଶାନ୍ତ କୁମାର ପଣ୍ଡା, ବାସେଲି ସାହି ଥାନା ଆଇଆଇସି କୁଳମଣି ସେଠୀ ଓ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କୁ ନେଇ ଏହି ଏସଆଇଟି ଟିମ୍ ଗଠନ ହୋଇଛି। ଅତିରିକ୍ତ ଏସପି ମିହିର ପଣ୍ଡା ଏହି ମାମଲାର ସୁପରଭିଜନ,  ତଦନ୍ତର ଦୈନନ୍ଦିନ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ।  ଅଭିଯୁକ୍ତମାନଙ୍କୁ କଡ଼ା ଶାସ୍ତି ଦେବା ପାଇଁ  ହତ୍ୟାକାରୀମାନଙ୍କ ବିରୋଧରେ କିପରି ଦୃଢ଼ ସାକ୍ଷ୍ୟ ପ୍ରମାଣ ଯୋଗାଡ ହେବ ସେବାବଦରେ ତଦନ୍ତ କରୀଙ୍କ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ। ମାମଲାର ପୋଲିସ ଯଥା ଶୀଘ୍ର ତଦନ୍ତ ଶେଷ କରିବ ।
ଖୁବ୍ ଶୀଘ୍ର ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜ ସିଟ ଦାଖଲ କରିବ। ଏହି ଏସଆଇଟି ଟିମ୍ ତଦନ୍ତକାରି ଅଧିକାରୀଙ୍କୁ ଚାର୍ଜ ସିଟ ଦାଖଲ କରିବାରେ ସହାୟତା କରିବ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଜାରି ହୋଇ ଥିବା ପ୍ରେସ ରିଲିଜରେ ସୁଚନା ଦିଆ ଯାଇଛି। ଆଜିର ଏହି କ୍ରାଇମ ସିନ ରିକ୍ରୀଏସନ୍ ସମୟରେ ସିଟି ଡିଏସପି, ବାସେଳି ସାହି ଥାନା ଅଧିକାରୀ କୂଳମଣି ସେଠୀ, ବଳିଆପଣ୍ଡା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ କୁମ୍ଭାରପଡ଼ା ଥାନା ଅଧିକାରୀ ବିଚିତ୍ରନନ୍ଦ ସେଠୀ, ସିଂହଦ୍ୱାର ଥାନା ଆଇଆଇସି ସୁନିଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ହତ୍ୟା କାରୀ ଟୁଟୁ ଓ କୁନମୁନିଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲେ।
Leave A Reply