ନର୍ଲା- ନର୍ଲା ବ୍ଳକ ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଙ୍କୁ ପ୍ରାଥମିକ ଶିକ୍ଷକ ସଂଙ୍ଘ ନର୍ଲା ହରିପୁର ରୋଡ କଟକ (୧) ତରଫରୁ ଅଧ୍ୟକ୍ଷା ଙ୍କ ବାସଭବନରେ ଭବ୍ୟସମର୍ଦ୍ଦନା ଜଣାଇଛନ୍ତି ।ନୁତନ ଭାବରେ ନବ ନିର୍ମାଣ ଶିକ୍ଷକ ଭବନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବାସହ ଶିକ୍ଷକ ଭବନରେ ର ଉନ୍ନତି କରଣ ପାଇଁ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଙ୍କୁ ଅବଗତ କରାଇଥିଲୋ । ସମର୍ଦ୍ଦନା ସଭାଗୃହରେ ପ୍ରାଥମିକ ଶି କ୍ଷକ ସଂଙ୍ଘ ନର୍ଲା ହରିପୁର ରୋଡ କଟକ (୧) ର ସଂପାଦକ କିଶୋର ଭୋଇ ,ସଭନେତ୍ରୀ ଦିପାଞ୍ଜଳୀ ପାଢୀ, କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଙ୍ଘର ଉପଦେଷ୍ଟା କମିଟିର ସଦସ୍ୟ ଅନାଦି ଗିରି ନର୍ଲା ବ୍ଳକ ର ପୁର୍ବତନ ଉପଧ୍ୟକ୍ଷା ତଥା ତୁଲାପଡା ପଂଚାୟତର ସମିତି ସଭ୍ୟ ଦୁର୍ଗା ପ୍ରସାଦ ମହାନ୍ତି ସମେତ ଗଣମାଧ୍ୟମ ପ୍ରତିନିଧି ମଧ୍ୟରୁ ଦିପକ କୁମାର ଠାକୁର ,ତ୍ରିଲୋଚନ ଗଉଡ ପ୍ରମୁଖ ସମର୍ଦ୍ଦନା ସଭାରେ ଉପସ୍ଥିତ ଥିଲେ ।