ବାଲିଅନ୍ତା 03|03:ବାଲିଅନ୍ତା ଥାନା ଅନ୍ତର୍ଗତ ଅଲାରପୁର ଗ୍ରାମ ନିକଟ ପୂରୀ ମୁଖ୍ୟ କେନାଲରୁ ଜଣେ ଅଜଣା ଯୁବକଙ୍କ ଶବ ଉଦ୍ଧାର ହୋଇଛି | ଖବର ନେଲାବେଳେ ଜଣାପଡିଛି ଗୁରୁବାର ଅପରାହ୍ନ ସମୟରେ ଅଲାରପୁର କେନାଲରେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ | ପରେ ଏ ସମ୍ପର୍କରେ ଲୋକେ ପୁଲିସକୁ ଖବର ଦେଇଥିଲେ | ଖବର ପାଇ ବାଳକାଟୀ ଫାଣ୍ଡି ଅଧିକାରୀ ମୁମତାଜ ଅଲି ଖାନ ସହ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ଉକ୍ତ ଯୁବକର ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଥିବା ସୂଚାନା ମିଳିଛି | ରିପୋର୍ଟ ଲେଖାହେଵା ବେଳକୁ ଉକ୍ତ ଯୁବକର କୋଣସି ପରିଚୟ ମିଳିନଥିଵା ବେଳେ ବୟସ ପାଖାପାଖି 25- 30 ବର୍ଷ ମଧ୍ୟରେ ହେବ ଏବଂ ସେ ଏକ ନୀଳ ରଙ୍ଗର ଜିନ ପ୍ୟାଣ୍ଟ ପିନ୍ଧିଥିଲେ l ଯୁବକ ଜଣଙ୍କ କେନାଲରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସିଯାଇଥିବା ଅନୁମାନ କରାଯାଇଛି lପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।