କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ ଏହିସବୁ ଘରୋଇ ଜୁସ : ମାତ୍ର ୩୦ ଦିନରେ ନିୟନ୍ତ୍ରିତ ହେବ କୋଲେଷ୍ଟ୍ରଲ ଓ ହ୍ରାସ ହେବ ଓଜନ
କୋଲେଷ୍ଟ୍ରଲ ରକ୍ତରେ ଗୋଟିଏ ମହମ ଭଳି ପଦାର୍ଥ ଅଟେ l ସୁସ୍ଥ କୋଷିକା ଗୁଡିକର ନିର୍ମାଣ କରିବା ପାଇଁ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ର ଆବଶ୍ୟକତା ରହିଥାଏ l କିନ୍ତୁ କୋଲେଷ୍ଟ୍ରଲ ସ୍ତର ଅଧିକ ହୋଇଯିବା ଦ୍ୱାରା ଆପଣ ହୃଦଘାତ ସମସ୍ୟା ରେ ଆକ୍ରାନ୍ତ ହୋଇ ପାରନ୍ତି l ଖରାପ ଖାଦ୍ୟ ପ୍ରଣାଳୀ ଓ ଜୀବନଶୈଳୀ କାରଣରୁ ଆପଣ କୋଲେଷ୍ଟ୍ରଲ ରେ ଆକ୍ରାନ୍ତ ହୋଇ ପାରନ୍ତି l କୋଲେଷ୍ଟ୍ରଲ ଶରୀରରେ ବଢିବା ଦ୍ୱାରା ଧମନୀ ଗୁଡିକରେ ଠିକ ଭାବରେ ରକ୍ତ ପ୍ରବାହିତ ହୋଇପାରେ ନାହିଁ l ଯେଉଁ କାରଣରୁ ଷ୍ଟ୍ରୋକ ସମସ୍ୟା ଦେଖା ଦେଇଥାଏ l
ନିକଟରେ ଗବେଷକ ମାନଙ୍କ ର ଗୋଟିଏ ଗବେଷଣା ରେ କୁହାଯାଇଛି ଯେ ଦୈନନ୍ଦିନ ଜୀବନରେ ନିୟମିତ ବ୍ୟାୟାମ, ସନ୍ତୁଳିତ ଭୋଜନ ଓ କିଛିଟା ପ୍ରାକୃତିକ ଜୁସ ଦ୍ୱାରା କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରାଯାଇ ପାରିବ l
* ଗ୍ରୀନ ଟି : ଗ୍ରୀନ ଟି ରେ କେଟେଚୀନ ଓ ଅନ୍ୟ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହା ଖରାପ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଗ୍ରୀନ ଟିରେ ଥିବା ଯୌଗିକ ଶରୀରର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l
* ସୋୟା ମିଲ୍କ : ସୋୟା ରେ ସାଚୁରେଟେଡ଼ ଫ୍ୟାଟ କମ ରହିଥାଏ l ଯାହା କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ l ଗବେଷକ ମାନଙ୍କ ମତରେ କୋଲେଷ୍ଟ୍ରଲ ରୋଗୀ ମାନେ ନିୟମିତ ୨୫ ଗ୍ରାମ ସୋୟା ମିଲକ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ l
* ଓଟ୍ସ ଡ୍ରିଙ୍କ : ଓଟ୍ସ ରେ ଭିଟା ଗୁଲକେନସ ରହିଥାଏ l ଯାହା କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ଗବେଷକ ମାନଙ୍କ ମତରେ ପ୍ରତିଦିନ ତିନିଗ୍ରାମ ଓଟ୍ସ ମିଲକ ନିହାତି ସେବନ କରିବା ଉଚିତ l ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ l
* ଟମାଟୋ ଜୁସ : ଟମାଟୋ ଲାଇକୋପୀନ ନାମକ ଯୌଗିକ ରେ ଭରପୁର ହୋଇ ରହିଥାଏ l ଯାହା ଶରୀରରେ ଜମି ରହିଥିବା ବ୍ୟାଡ଼ କୋଲେଷ୍ଟରଲ କୁ ହ୍ରାସ କରିଥାଏ l ଗୋଟା ଟମାଟୋ ଅପେକ୍ଷା ଟମାଟୋ ରସ ଲାଇକୋପୀନ ସ୍ତର କୁ ହ୍ରାସ କରିଥାଏ l ତେଣୁ ପ୍ରତିଦିନ ୫୦ ମିଲି ଟମାଟୋ ରସ ନିହାତି ସେବନ କରିବା ଉଚିତ l