Odisha news

ଆପଣଙ୍କ ଓଜନ ମଧ୍ୟ ଆପଣଙ୍କ ଇମ୍ୟୁନିଟି ଉପରେ ପ୍ରଭାବ ପକାଇ ଥାଏ

0
ଆଜିକାଲି ଏହି ମହାମାରୀ ସମୟରେ ସବୁଆଡେ ବନ୍ଦ ରହିଥିବା କାରଣରୁ ଆମର ସ୍ୱାସ୍ଥ୍ୟ ବିଶେଷ ଭାବରେ ପ୍ରଭାବିତ ରହୁଛି l ବଢୁଥିବା ଓଜନ ମଧ୍ୟ ଆମର ଇମ୍ୟୁନିଟିକୁ ପ୍ରଭାବିତ କରିଥାଏ l ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଓଜନ ବୃଦ୍ଧି ହେଉଥିବା ବ୍ୟକ୍ତି ମାନଙ୍କର ଇମ୍ୟୁନିଟି ଦୁର୍ବଳ ହୋଇଥାଏ l ଏହାପଛରେ ଅନେକ କାରଣ ରହିଛି l
*ଯେଉଁ ବ୍ୟକ୍ତି ମାନଙ୍କର ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ସେମାନଙ୍କ ଇମ୍ୟୁନିଟି ଦୁର୍ବଳ ହୋଇଥାଏ ବୋଲି ଗବେଷଣା କହୁଛି l କାରଣ ଏମାନେ ପୋଷାକ ଯୁକ୍ତ ଖାଦ୍ୟ ପଦାର୍ଥ ପରିବର୍ତେ ପାଟି ସୁଆଦିଆ ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି l ଯାହାଦ୍ୱାରା ଦ୍ରୁତ ଗତିରେ ଓଜନ ବୃଦ୍ଧି ହୋଇଥାଏ ଓ ଇମ୍ୟୁନିଟି ଦୁର୍ବଳ ହୁଏ l ଚାଲିବା, ଯୋଗାସନ ଓ ପ୍ରାଣାୟାମ କରିବାକୁ ମଧ୍ୟ ଅନେକ ମୋଟା ବ୍ୟକ୍ତି ଇଛା କରି ନଥାଆନ୍ତି l
* କ୍ୟାନ୍ସର ,କିଡ୍ନୀ,ମଧୁମେହ ରୋଗରେ ଆକ୍ରାନ୍ତ ରହୁଥିବା ବ୍ୟକ୍ତି ମାନଙ୍କର ଇମ୍ୟୁନିଟି ଦୁର୍ବଳ ରହିଥାଏ l ସେଥିପାଇଁ ଏପରି ବ୍ୟକ୍ତିଙ୍କୁ ନିଜର ଇମ୍ୟୁନିଟି ଠିକ ରଖିବା ଆବଶ୍ୟକ l ତା ସହିତ ପୋଷାକ ଯୁକ୍ତ ଖାଦ୍ୟ ଖାଇବା ଉଚିତ l
* ଅଧିକାଂଶ ସମୟରେ ୬୦ ବର୍ଷରୁ ଉର୍ଧ୍ଵ ବୟସ୍କ ଓ ଛୋଟ ପିଲା ମାନଙ୍କ ଇମ୍ୟୁନିଟି ଦୁର୍ବଳ ହୋଇଥାଏ l ଦୁର୍ବଳ ଇମ୍ୟୁନ ସିଷ୍ଟମ କାରଣରୁ ରୋଗର ଅଧିକ ଶିକାର ହୋଇ ଥାଆନ୍ତି l
କିପରି କରିବା ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ -:
– ରସୁଣ ରେ ଅନେକ ମାତ୍ରାରେ ଆଣ୍ଟି ଅକ୍ସିଡାଂଟ ରହିଛି ଯାହା ଇମ୍ୟୁନ ସିଷ୍ଟମ କୁ ଷ୍ଟ୍ରଙ୍ଗ କରିଥାଏ ଓ ରୋଗ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l
– ପାଳଙ୍ଗ ରେ ଫୋଲେଟ ନାମକ ତତ୍ୱ ରହିଛି ଯାହା ଶରୀରର ନୂଆ କୋଷିକା ପ୍ରସ୍ତୁତ କରିବା ସହିତ ଇମ୍ୟୁନିଟି ବୃଦ୍ଧି କରିଥାଏ l
– ଛତୁ ରେ ହ୍ୱାଇଟ ବ୍ଲଡ଼ ସେଲ୍ କୁ ସକ୍ରିୟ କରିବାରେ ସହାୟକ ହୋଇଥାଏ l ଛତୁ ରେ ରହିଥିବା ତତ୍ୱ ଇମ୍ୟୁନିଟି ଷ୍ଟ୍ରଙ୍ଗ କରିଥାଏ l
– ନିୟମିତ ଭାବରେ ଯୋଗାସନ ଓ ପ୍ରାଣାୟାମ କରନ୍ତୁ l
– ନିୟମିତ ରାତିରେ ଶୋଇବା ପୂର୍ବରୁ ଲୁଣାପାଣି ଗଳଗଳ କରନ୍ତୁ l
– ଉଚିତ ମାତ୍ରାରେ ସୂଅନ୍ତୁ ଓ ଶୋଇବା ପୂର୍ବରୁ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରନ୍ତୁ l
Leave A Reply