Odisha news

ଆନନ୍ଦପୁର ଉପଖଣ୍ଡରେ ପ୍ରାଥିପତ୍ର ଦାଖଲ

0
ଆନନ୍ଦପୁର  : ଘଷିପୁରା ଓ ଆନନ୍ଦପୁର ବ୍ଲକରେ ଆଜି ମୋଟ୍ ୫୪ଜଣ ସରପଞ୍ଚ ଓ ୪୭ଜଣ ସମିତି ସଭ୍ୟ ପ୍ରାଥିପତ୍ର ଦାଖଲ କରିଛନ୍ତି। ଦୁଇଟି ବ୍ଲକରେ ଆଜି ମୋଟ୍ ୨୬୫ଜଣ ଓଆଡ଼ମେବମ୍ବର ପଦ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଘଷିପୁରା ରେ ୩୨ଜଣ ସରପଞ୍ଚ ଓ ୨୯ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଘଷିପୁରା ବ୍ଲକର ତରୀମୂଳ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ଭାବେ ରାଧାରାଣୀ ରାଉତ ନିଜର ସମର୍ଥକଙ୍କ ଗହଣରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ଦରଡ଼ିପାଳ ପଞ୍ଚାୟତ ରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗିରିଧାରୀ ଜେନା ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ନେତା ଅଶୋକ ମାଝୀ, ଲଲାଟେନ୍ଦୁ ନାୟକ, ଉଦୟ ଷେଣ୍ଢ, ପ୍ରଦୀପ ନାୟକ, ମଧୁସୂଦନ ସାହୁ, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ ପଞ୍ଚାୟତ ର ସମିତି ସଭ୍ୟ ପ୍ରାର୍ଥୀଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କିଶୋର ଜେନା ବ୍ଳକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ। ସେହିପରି ଆନନ୍ଦପୁର ବ୍ଲକର ଅଧ୍ୟକ୍ଷା ଆଶାୟୀ ଅଞ୍ଜନା ବାରିକ୍ ବାଇଲୋ ପଞ୍ଚାୟତର ସମିତି ସଭ୍ୟାଭାବେ ଆଜି ବିଡ଼ିଓ ପଞ୍ଚାନନ ମଲିକଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ସେ ପ୍ରଥମେ ବାରିଗାଁର ମା’ ନନେଇ ପୀଠରେ ପୂଜାର୍ଚ୍ଚନା କରିବାପରେ ଗ୍ରାମର ବରିଷ୍ଠ ନାଗରିକଙ୍କୁ ଭେଟି ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ। ପୂର୍ବତନ ପୈାରାଧୟକ୍ଷ ଶାନ୍ତନୁ କୁମାର ସେଠୀ, ଯୁବବିଜେଡି ଜିଲ୍ଲା ସଭାପତି ରାକେଶ ରାମ, ପୂର୍ବତନ ସରପଞ୍ଚ ଯଦୁନାଥ ସାହୁ, ମାନସ ବାରିକ୍, ମନୋରଂଜନ ସାହୁ, କାଳନ୍ଦୀ ଜେନା, ପ୍ରମୁଖଙ୍କ  ସମେତ ପଞ୍ଚାୟତର ବହୁ ମହିଳା ଉପସ୍ଥିତ ଥିଲେ।
Leave A Reply