Odisha news

ଶୀତଋତୁରେ ହେମୋଗ୍ଲୋବିନ ସ୍ତରକୁ ଠକ ରଖିବା ପାଇଁ ଏହିସବୁ ଖାଦ୍ୟକୁ ନିଜ ଖାଦ୍ୟ ରେ ସାମିଲ କରନ୍ତୁ

0
ଶରୀରରୁ ଆଇରନ କମିବା ଦ୍ୱାରା ଥକା ଲାଗିବା ଗୋଟିଏ ବଡ଼ ସମସ୍ୟା l ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ ନିକଟରେ ଆଇରନ କମି ଅଧିକ ଦେଖା ଯାଇଥାଏ l ଆଇରନ କମିବା ଅର୍ଥ ଶରୀରରେ ହେମୋଗ୍ଲୋବିନ କମିବା l ହେମୋଗ୍ଲୋବିନ ଲାଲ ରକ୍ତ କୋଷିକାର ଥିବା ଗୋଟିଏ ଆଇରନ ରିଚ ପ୍ରୋଟିନ ଅଟେ l
ଏହା କମିଲେ ମୁଣ୍ଡ ବିନ୍ଧା, ଦୁର୍ବଳ ଲାଗିବ, ନିଶ୍ୱାସ ନେବାକୁ କଷ୍ଟ ହେବା ଇତ୍ୟାଦି ସମସ୍ୟା ଦେଖା ଯାଇଥାଏ l ଶୀତଋତୁରେ ବିଶେଷ ଭାବରେ ହେମୋଗ୍ଲୋବିନ ସମସ୍ୟା ଅଧିକ ଦେଖା ଯାଇଥାଏ l ତେଣୁ ଆଇରନ ଯୁକ୍ତ ଖାଦ୍ୟ ବିଶେଜ୍ଞ ଭାବରେ ଶୀତଋତୁରେ ସେବନ କରିବା ଜରୁରୀ ଅଟେ l
* ଶୀତଋତୁରେ ବଜାରରେ ମିଳୁଥିବା ଶାଗ ମାନଙ୍କ ମଧ୍ୟରେ ପାଳଙ୍ଗ ଗୋଟିଏ ମୁଖ୍ୟ ଶାଗ ଯାହା ଆଇରନ ରେ ଭରପୁର ଅଟେ l ଏତିରେ ଆଇରନ ଛଡା କ୍ୟାଲସିୟମ ମଧ୍ୟ ରହିଛି l ଆପଣ ଯଦି ଶୀତଋତୁ ରେ ସପ୍ତାହକୁ ୩ଥର ପାଳଙ୍ଗ ସୁପ ସେବନ କରିବେ ତେବେ ଏହା ଆପଣଙ୍କ ଶରୀରରେ ଆଇରଣ ସ୍ତର କୁ ଠିକ ରଖିବ l
* ଶୀତଦିନେ ଚିନି ତୁଳନାରେ ଗୁଡ଼ ଅଧିକ ସେବନ କରିବା ଉଚିତ l ଗୁଡ଼ ରେ ଆଇରନ, ମଗ୍ନେଶୀୟମ,ପୋଟାସିୟମ ଭରପୁର ମାତ୍ରାରେ ରହିଛି l ଏହା ଶରୀରକୁ ଆଇରନ ଯୋଗାଇବା ସହିତ ପାଚନ ତନ୍ତ୍ରକୁ ଠିକ ରଖିଥାଏ l
* ଶୀତଋତୁ ରେ ବ୍ରକୋଲି ପ୍ରାୟ ବଜାରରେ ଦେଖିବାକୁ ମିଳିଥାଏ । ଏହା ଭିଟାମିନ ସି ରେ ଭରପୁର ଅଟେ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ ।
* ଶୀତଋତୁ ରେ ଆପଣ ନିୟମିତ ଭାବରେ ଅଧିକ ରୁ ଅଧିକ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଏହା ଆପଣଙ୍କ ଶରୀରରେ ଆଇରନ ବଢ଼ାଇବା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।
* ଶୀତଋତୁ ରେ ଲୁହା ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍ । ଏହା ଆପଣଙ୍କୁ ଆଇରନ ଯୋଗାଇ ଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ ।
Leave A Reply