ନୂଆପଡା-୧୩/୧ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ନୂଆପଡା ଜିଲ୍ଲା ଏସପି କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ରେ ମାଓ କ୍ୟାମ୍ପ ଠାବ କରିଥିବା ଓ ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦିଆଯାଇଛି। ସୁନାବେଡ଼ ଅଭୟାରଣ୍ୟ ଛତିଶଗଡ଼ ରାଜ୍ୟ ସୀମା ନିକଟରେ ମାଓବାଦୀ ଏବଂ ଏସଓଜି,ଡିଭିଏଫ ଏବଂ ସିଆରପିଏଫ ଯବାନ ଙ୍କ ମିଳିତ କୁମ୍ବିଙ୍ଗ ବେଳେ ମାଓ-ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଉଭୟ ପକ୍ଷରୁ ଗୁଳିଚଳନା ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ପୁଣି ରି-କୁମ୍ବିଙ୍ଗ ୧୦ ଜାନୁଆରୀ ୨୦୨୨ କରାଯାଇଥିଲା ଓ ମାଓ କ୍ୟାମ୍ପ ଠାବ କରିଥିଲେ, ସେଠାରୁ ବିପୁଳ ମାଓ ସାହିତ୍ୟ, ସୋଲାର ପ୍ଲେଟ, ଡ୍ରମ, ବ୍ୟାଟେରୀ, ଟିଫିନ ବକ୍ସ, ତାର, ସିରିଞ୍ଜ , ଔଷଧ ଇତ୍ୟାଦି ସାମଗ୍ରୀ ଜବତ ହୋଇଅଛି। ଗୁଳିବିନିମୟ ମଧ୍ୟରେ ୩/୪ ଜଣ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣରୁ ଉର୍ଦ୍ଧ ଆହତ ହୋଇଥିବା ଅନୁମାନ କରାଯାଉଅଛି। ଗୁଳିଚଳନା କରି ମାଓବାଦୀମାନେ ମୃତ ଶରୀରକୁ ଜଙ୍ଗଳ ଭିତରକୁ ନେଇଯାଇଥିବା ସୂଚନା ଦେଇଛନ୍ତି। ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଏହି ସମ୍ମିଳନୀରେ ୨୧୬ ସିଆରପିଏଫ ବେଟାଲୀୟନ କମଣ୍ଡେଡେଣ୍ଟ ରାଜେଶ ଭତ୍ସ, ଦ୍ୱିତୀୟ କମଣ୍ଡେଡେଣ୍ଟ ଧିରଜ ସିଂ ପ୍ରମୁଖ ଉପସ୍ଥତି ରହିଥିଲେ।
