Odisha news

ଚନ୍ଦ୍ରଭାଗା ରେ ପର୍ଯ୍ୟଟକଙ୍କ ଲକ୍ଷେ ଟଙ୍କା ର ଏକ ” ଆଇ ଫୋନ” ପାଇ ପର୍ଯ୍ୟଟକଙ୍କୁ ଫେରାଇଲେ ଗୁପୁଚୁପ ବେପାରି

0
କୋଣାର୍କ:୮/୧ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ଚନ୍ଦ୍ରଭାଗା କୁ ହରିୟାଣା ର ଏକ ପରିବାର ବୁଲି ଆସି ଶନିବାର ପୁର୍ବାହ୍ଣ ରେ ଚନ୍ଦ୍ରଭାଗା ରେ ଏକ   ଗୁପଚୁପୁ ଦୋକାନରେ ଗୁପଚୁପ ଖାଇ  ଭୁଲ ରେ ଛାଡ଼ିଦେଇ ପଳାଇଥିଲେ ।ମାତ୍ର ଭୁବନେଶ୍ୱର ପହଂଚି ଦେଖନ୍ତି ତାଙ୍କ ଏକ ଦାମୀ “ଆପେଲଆଇ ଫୋନ” ମୋବାଇଲ ତାଙ୍କ ପାଖରେ ନାହିଁ ସେ ସଂଗେ ସଂଗେ ମୋବାଇଲି କୁ ଟ୍ରେସ ରେ ପକାଇବାରୁ ନେଟୱର୍କ କୋଣାର୍କ ଚନ୍ଦ୍ରଭଗା ରେ ଥିବା ସେ ନିଜ ଲାପଟପରେ ରେ ଲୋକେସନ ଦେଖି ସିଧା   ଅପରାହ୍ଣ ରେ କୋଣାର୍କ ଥାନାରେ ପହଂଛି କୋଣାର୍କ ଥାନା ଅଧିକାରୀ ଶ୍ରୀ ରଞ୍ଜନ ମଲ୍ଲିକ ଙ୍କୁ ସାହାଯ୍ୟ ମାଗିଥିଲେ ।ଶ୍ରୀ ମଲ୍ଲିକ ତୁରନ୍ତ ତାଙ୍କୁ ଧରି ଚନ୍ଦ୍ରଭାଗା ରେ ଲୋକେସନ ଟ୍ରେସ କରି ସେଇ ଅଧୀନରେ ଥିବା ଗୁପ ଚୁପ ଦୋକାନୀ ଙ୍କୁ ପଚାରିବାରେ ଜଣେ ଗୁପଚୁପ ବ୍ୟବସୟୀ ମାଧବ ବେହେରା  ସଂଗେ ସଂଗେ ତାଙ୍କ ନିକଟରେ ଅଛି ବୋଲି ସ୍ୱୀକାର କରିଥିଲେ ଓ ସେ ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ବେହେରା ଙ୍କୁ ଏ ନେଇ ଅବଗତ କରିଥିଲେ  ଓ ପର୍ଯ୍ୟଟକଙ୍କ ଅପେକ୍ଷାରେ ଥିଲେ ନଚେତ ସେ ଶେଷରେ କୋଣାର୍କ ଥାନା କୁ ହସ୍ତାନ୍ତର କାରିଥାନ୍ତେ ବୋଲି ପ୍ରକାଶ କରିଥିଲେ । ଏବଂ ସଂଗେ ସଂଗେ ମୋବାଇଲି ଟି କୁ କାଢି ପର୍ଯ୍ୟଟକ ଙ୍କୁ ଦେଇଥିଲେ।  ଆପେଲ ଆଇ ଫୋନ ଟି ର ମୂଲ୍ୟ ଏକ ଲକ୍ଷ ରୁ ଉର୍ଦ୍ପହ ଟଙ୍କା ବୋଲି ପର୍ଯ୍ୟଟକ  କହିଥିଲେ ।ଗୁପଚୁପ ବ୍ୟବସୟୀ ମାଧବ ଙ୍କର ସଚୋଟ ତା କୁ ନେଇ ପର୍ଯ୍ୟଟକ ଜଣକ ଖୁବ ଖୁସି ହୋଇ ତାଙ୍କୁ ପୁରସ୍କାର ସ୍ୱରୂପ କିଛି ଅର୍ଥ ଦେବାକୁଚେଷ୍ଟା କରିବାରୁ ବ୍ୟବସୟୀ ଜଣକ ହାତଯୋଡି ଗ୍ରହଣ କରିନଥିଲେ ।ପର୍ଯ୍ୟଟକ ହେଉଛନ୍ତି ଆମର ଅତିଥି ତାଙ୍କର ଦାଇତ୍ୱ ଆମର କାର୍ଥ୍ୟ ବୋଲି କହିଥିଲେ ।ଯାହାକୁ ଉପସ୍ଥିତ ସମସ୍ତ ପର୍ଯ୍ୟଟକ ତାଙ୍କୁ ଧନ୍ୟବାଦ ଦେଇଥିଲେ ।
Govt
Leave A Reply