Odisha news

ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ପଞ୍ଚମ ବାର୍ଷିକ କ୍ରୀଡା ପ୍ରତିଯୋଗିତା।

0

ନୂଆପଡା-୭/୧ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ପଞ୍ଚମ ବାର୍ଷିକ କ୍ରୀଡା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ବାର୍ଷିକ କ୍ରୀଡ଼ାରେ ମୁଖ୍ୟ ଅତିଥି ରୂପେ କଲହାଣ୍ଡି ବିଶ୍ଵ ବିଦ୍ୟାଳୟ କୁଳପତି ଡ଼ଃ.ସଞ୍ଜୟ ଶତପଥୀ ଯୋଗ ଦେଇ କଲହାଣ୍ଡି ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡା ଅନୁଷ୍ଠିତ ହେବା ନେଇ ଘୋଷଣା କରିଛନ୍ତି।ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ଯୁକ୍ତଦୁଇ କଲେଜ ଅଧ୍ୟକ୍ଷା ସୁସ୍ମିତାପ୍ରଭା ସାମଲ, କଲେଜ ପରିଚାଳନା ସଭାପତି ଡ଼ଃ.ଫନିନ୍ଦମ ସିଂ ଦେଓ, ବିନୋଦ ବିହାରୀ ପାଢ଼ୀ, ଅଜିତ ପଣ୍ଡା, ତପନ ଦାଶ୍ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅନୁଷ୍ଠିତ ବାର୍ଷିକ କ୍ରୀଡ଼ାରେ ରେ ପ୍ରଥମ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲ। କୁଳପତି ଶ୍ରୀ ଶତପଥୀ ଛାତ୍ରୀ, ଅଧ୍ୟାପିକା ଏବଂ ପରିଚାଳନା ସଦସ୍ୟ ଏବଂ କର୍ମଚାରୀଙ୍କ ସହ ଆଲୋଚା କରିଥିଲେ। ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରରେ ବ୍ୟବସ୍ଥା ଉପରେ ବିଶଦ ଭାବେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ, ଅଫରୋଜ ବେଗମ,ଅର୍ପିତା ପଣ୍ଡା, ପୁଷ୍ପାଞ୍ଜଳୀ ପ୍ରଧାନୀ, ସାଏରା ଖାଁନ,ପଙ୍କଜିନି ବିଶି, ମହେଶ୍ଵତାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Ad2
Leave A Reply