ବ୍ରେକିଂ ନ୍ୟୁଜ୍ : ତାମିଲନାଡୁ ରେ ଶିଆଇଏସ୍ଏଫ ଜୱାନ୍ ଙ୍କ ଅଭ୍ୟାସ ସମୟରେ ୧୧ ବର୍ଷର ପିଲାଟିଏ ମୁଣ୍ଡରେ ବାଜିଲା ଗୁଳି , ଯାଞ୍ଚ୍ ପାଇଁ ଆଦେଶ
ନୂଆଦିଲ୍ଲୀ : ତାମିଲନାଡୁ ର ପୁଦୁକୋଟାଇ ରେ କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ସୈନ୍ୟ ଙ୍କ ଫାୟାରୀଙ୍ଗ ରେଞ୍ଜ ନିକଟରେ ଖେଳୁଥିବା ଗୋଟିଏ ୧୧ ବର୍ଷୀୟ ଗୋଟିଏ ପୁଅ ର ମୁଣ୍ଡରେ ଗୁରୁବାର ଦିନ ଗୋଟିଏ ଅବ୍ୟବହାର ଗୁଳି ବାଜି ଯାଇଚି ।କର୍ମଚାରୀ ମାନେ ପ୍ରଶିକ୍ଷଣ ନେଉଥିବା ସମୟରେ ଏହା ଘଟିଛି । ଗମ୍ଭୀର ଭାବରେ ଆଘାତ ପାଇଥିବା ପିଲାଟିର ତାଞ୍ଜାବୁର୍ ମେଡିକାଲ କଲେଜ ରେ ଚିକିତ୍ସା ଚାଲିଛି ।
ମିଳିଥିବା ସୂଚନା ଅନୁସାରେ ଯେତେବେଳେ CISF ଜୱାନ ମାନେ ନିଜ କ୍ୟାମ୍ପସ ପରିସରରେ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଜଣେ CISF ଜଵାନ ଙ୍କ ରାଇଫଲ୍ ରୁ ବାହାରି ଗୁଳି ବାହାରି ସେହି ପିଲାଟି ମୁଣ୍ଡରେ ବାଜି ଥିଲା ଯିଏ କି କିଛି ଦୂରରେ ଖେଳୁ ଥିଲା ।
ତୁରନ୍ତ କର୍ମୀମାନେ ଦୌଡ଼ି ଘଟଣା ସ୍ଥଳରେ ପହଞ୍ଚି ପୁଦୁ କୋଟାଇ ସରକାରୀ ଡ଼ାକ୍ତର ଖାନା କୁ ନେଇ ଯାଇଥିଲେ । ପରେ ପିଲାଟିକୁ ତାଞ୍ଜା ବୁର ମେଡିକାଲ କଲେଜ କୁ ରେଫର କରାଯାଇ ଥିଲା ।ସେଠାରେ ଡାକ୍ତରମାନେ ସର୍ଜରୀ କରି ଗୁଳି ବାହାର୍ କରିବାର ନିଷ୍ପତି ନେଇଥିଲେ ।
ପିଲାଟି ହେଉଛି ପୁଦୁକୋଟାଇ ଜିଲ୍ଲାର ନର୍ଥ ମାଲାଇ ଗ୍ରାମ ର ପୁଗାଝୋଙ୍ଗି ଅଟେ । ପିଲାଟି ନିଜ ଜେଜେ ଙ୍କ ଘର ନିକଟରେ ଖେଳୁଥିଲା । ଏହି ଘଟଣା ପରେ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଗୁରୁବାର ଦିନ ଏହି ଘଟଣା କିପରି ଘଟିଥିଲା ସେହି ବାବଦରେ CISF ଜଵାନ୍ ଙ୍କ ନିକଟରୁ ବିଝି ଥିଲେ ।
ଏହା ମଧ୍ୟରେ ଡାକ୍ତରୀ ଦଳ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ ପିଲାଟିର ଅବସ୍ଥା ସଙ୍କଟାପନ୍ନ ଅଛି , ତାକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟା ଚାଲିଛି ।