Odisha news

କୈଳାଶ ହେଚେରୀରେ ସ୍କିଲ ଇଣ୍ଡିଆ ତରଫରୁ ପ୍ରଥମ ପର୍ଯ୍ୟାୟ ମତ୍ସ୍ୟ ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଉଦଯାପିତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

0

ବୈଶିଙ୍ଗା–୨୯/୧୨– ଅଗ୍ରଣୀ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ଭାବେ ଏକ ନଂ ସ୍ଥାନ ଅଧିକାର କରିଥିବା କୈଳାଶ ହେଚେରୀରେ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ତରଫରୁ ଗତ ଡିସେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିବା ମତ୍ସ୍ୟ ଉତ୍ପାଦନ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଆଜି ୨୯ ତାରିଖରେ ଉଦଯାପିତ ହେବା ସହିତ ଦ୍ୱିତୀୟ ପର୍ଯାୟର ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା। ଆଜି କାର ଏହି କର୍ମଶାଳାରେ ମୂଖ୍ୟ ଅତିଥି ଭାବେ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର ମୂଖ୍ୟ ମାନସ ସିହ୍ନା ଏବଂ ମୂଖ୍ୟ ବକ୍ତା ଭାବେ ଏଗ୍ରିକଲଚର ସ୍କିଲ କାଉନସିଲ ଅଫ ଇଣ୍ଡିଆ ର ଓଡ଼ିଶା ମୂଖ୍ୟ ସନ୍ତୋଷ ପଣ୍ଡା ଯୋଗ ଦେଇ ବିଭିନ୍ନ ପ୍ରଜାତିର ମାଛ ଅଣ୍ଡାରୁ ଯାଆଁଳ ପ୍ରସ୍ତୁତିର ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିବା ସହିତ  ମାଛ ଚାଷ କରାଯାଉଥିବା ପୋଖରୀକୁ ବିଶୁଦ୍ଧ କରାଇବା ଏବଂ ପ୍ଲାଙ୍କଟନ ଯୁକ୍ତ କରାଇବାକୁ ପ୍ରବର୍ତ୍ତାଇ ଥିଲେ । ଏହା ଦ୍ୱାରା ମାଛମାନେ ପ୍ରାକୃତିକ ଖାଦ୍ୟ ଖାଇ ହୃଷ୍ଟ ପୃଷ୍ଟ ହୋଇ ପାରିବେ । ଆଜିର ଏହି କର୍ମଶାଳାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ମହିଳା ଓ ପୁରୁଷ ପ୍ରଶିକ୍ଷାର୍ଥୀ ମାନେ ଯୋଗ ଦେଇ ଶିକ୍ଷା ଗ୍ରହଣ କରିଥିଲେ।ସ୍କିଲ ଇଣ୍ଡିଆର ଏହି ପ୍ରଶିକ୍ଷଣ ଶିବିରରୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ଏକ ଶିକ୍ଷା ପ୍ରମାଣ ପତ୍ର ଦିଆ ଯିବାର ବ୍ୟବସ୍ଥା କରାଯାଇଛି। ଯଦ୍ଵାରା କି ସେମାନେ ସରକାରୀ ବା ବେସରକାରୀ ମତ୍ସ୍ୟ ଉତ୍ପାଦନ କେନ୍ଦ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇବା ସହିତ ନିଯେ ମଧ୍ୟ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ମୂଖ୍ୟ ଅତିଥି ଶ୍ରୀ ସିହ୍ନା ପ୍ରକାଶ କରିଥିଲେ। ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ସାହୁ ମଞ୍ଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଦେବା ସହିତ  ପ୍ରଶିକ୍ଷାର୍ଥୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ।

Leave A Reply