Odisha news

ଓମୀକ୍ରାନ ଠାରୁ ରକ୍ଷା ପାଇବା ପାଇଁ ଉପାୟ ବାହାର କରୁଥିବା ବେଳେ ଆସିଲା ନୂଆ ଭାରୀଏଣ୍ଟ ଡେଲ୍ମି କ୍ରାନ୍

0

ନୂଆଦିଲ୍ଲୀ : କରୋନା ବଢୁଥିବା ମାମଲାକୁ ନେଇ ସାରା ବିଶ୍ୱରେ ଆତଙ୍କ ଦେଖା ଦେଇଥିବା ବେଳେ ଓମୀକ୍ରାନ ସାରା ବିଶ୍ୱରେ ପଦାଘାତ କରିଥିଲା l କରୋନା ର ନୂଆ ଭାରୀଏଣ୍ଟ ଓମୀକ୍ରାନ ର ଆତଙ୍କ ୟୁକେ, ଆମେରିକା ସମେତ ବିଶ୍ୱର ଅଧିକାଂଶ ଦେଶରେ ବ୍ୟାପିବାକୁ ଲାଗିଥିଲା l ତେଣୁ ଭାରତରେ ବିଭିନ୍ନ ସ୍ଥାନରେ ମହାମାରୀଙ୍କୁ ନେଇ ବିଭିନ୍ନ ପ୍ରତିରୋଧକ ଲଗା ଯାଉଛି l ଏହି ସମୟରେ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଯେ କରୋନା ର ଆଉ ଗୋଟିଏ ଭାରୀଏଣ୍ଟ ଏହି ସମୟରେ ଦେଖା ଦେଇଛି l ଏହି ଭାରୀଏଣ୍ଟ କୁ ଡେଲ୍ମି କ୍ରାନ୍ କୁହ ଯାଉଛି l କୁହାଯାଉଛି ଯେ ଏହା ଡେ଼ଲ୍ଟା ଓ ଓମୀକ୍ରାନ ର ସମିଶ୍ରଣ ଅଟେ l

ମିଳିଥିବା ସୂଚନା ଅନୁସାରେ ବିଶେଷଜ୍ଞ ମାନେ ୟୁରୋପ ଓ US ରେ କରୋନା ର ଏହି ନୂଆ ଭାରୀଏଣ୍ଟ ଡେଲ୍ମି କ୍ରାନ୍ ଦ୍ରୁତ ଗତିରେ ବ୍ୟାପୁଛି l ଏହାଦ୍ୱାରା ଲୋକମାନେ ଅଧିକ ସଂକ୍ରମିତ ହେଉଛନ୍ତି l କିନ୍ତୁ ଡେ଼ଲ୍ଟା ର ଲକ୍ଷଣ ତୁଳନାରେ ଏହାର ଲକ୍ଷଣ କମ ରହୁଛି l ଅଧିକାଂଶ ଗାନ ମାଧ୍ୟମ ରିପୋର୍ଟ ଅନୁସାରେ ଏହାର କାୟା ବିସ୍ତାର ଦ୍ରୁତ ଗତିରେ ହୋଇଥିବା କାରଣରୁ ଏଥିପ୍ରତି ଜନସାଧାରଣ ସତର୍କ ରହିବା ଆବଶ୍ୟକ l

WHO ପକ୍ଷରୁ ଏହି ଭାରୀଏଣ୍ଟ ବିଷୟରେ କୌଣସି ଟିପ୍ପଣୀ ଦିଅ ଯାଇ ନାହିଁ l ICMR ପକ୍ଷରୁ ଏହି ଶବ୍ଦ ଡେଲ୍ମି କ୍ରାନ୍ ର ବ୍ୟବହାର କରାଯାଇଛି l ବର୍ତମାନ ସ୍ଥିତିରେ ମହାରାଷ୍ଟ୍ର ର ଟାସ୍କ ଫୋର୍ସ କମିଟି କହିଛି ଯେ ବର୍ତମାନ ସୁଦ୍ଧା ଓମୀକ୍ରାନ ଏପରି ଗୋଟିଏ ଭାରୀଏଣ୍ଟ ଯାହା ପ୍ରତି ଜନସାଧାରଣ ସଚେତନ ରହିବା ଆବଶ୍ୟକ l ବର୍ତମାନ ପର୍ଯ୍ୟନ୍ତ ଭାରତରେ ଓମୀକ୍ରାନ ର ୩୫୮ ଟି ମାମଲା ସାମ୍ନାକୁ ଆସିଛି l ଏଥିରୁ ୧୧୪ ଜଣ ସୁସ୍ଥ ମଧ୍ୟ ହୋଇ ଯାଇଛନ୍ତି l ଓମୀ କ୍ରାନ ର ମାମଲା ଦେଶରେ ୧୭ ଟି ରାଜ୍ୟରୁ ଆସିଛି l

Leave A Reply