Odisha news

ପନ୍ଦର ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ ବିଧାନ ସଭା ଘେରାଉ କାର୍ଯ୍ୟକ୍ରମ।

0

ନର୍ଲା, ସକାଳ ଖବର (ଦିପକ କୁମାର ଠାକୁର) ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱ।ର୍କରସ୍ ଆସୋସିଏସନ୍ ରା HVଜ୍ୟ ସଂଘର ଆହ୍ବାନ କ୍ରମେ ଏକ ୧୫ ଦଫା ଦାବି ନେଇ ଆସନ୍ତା ୬ ଡିସେମ୍ବର ଦିନ ବିଧାନ ସଭା ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏ ନେଇ ଏକ ପ୍ରେସ ବିବୃତିରେ ନର୍ଲା ବ୍ଳକ ଅଙ୍ଗନୱାଡି କର୍ମୀ ସମୂହର ସଭାନେତ୍ରୀ ସଂଧ୍ୟା ରାଣୀ ସାହୁ ଓ ସମ୍ପାଦିକା ଜୟନ୍ତୀ କୁମାର ଜଣାଇଛନ୍ତି। ଏଥିରେ କଳାହାଣ୍ଡି ଜିଲ୍ଲାର ସଭାନେତ୍ରୀ ସଂଜିବିନୀ ପାଢୀଙ୍କ ନେତୃତ୍ୱରେ ଏଠାରୁ ଏକ ଟିମ୍ ଭୁବନେଶ୍ୱରର ଯାଇ ବିଧାନ ସଭା ଘେରାଉ ସହ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱ।ର୍କରସ୍ ଆସୋସିଏସନ୍ ପକ୍ଷରୁ ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି। ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା ସହିତ ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳି ନାହିଁ ଅଙ୍ଗନୱାଡି କର୍ମୀ ମାନଙ୍କୁ ମାସିକ ୨୧ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ଦଶ ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରାଯିବା ସହ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ ଆଦି ୧୫ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସୂଚିତ କରାଯାଇଛି।

Govt
Leave A Reply