Odisha news

କୋଭିଡ ଟୀକା ବଦଳାଇ ଦେଲା ଭାଗ୍ୟ : କରୋନା ଟୀକା ନେଇ ମହିଳା ହେଲେ କୋଟିପତି

ନୂଆଦିଲ୍ଲୀ : ସାରା ବିଶ୍ୱରେ କୋଭିଡ ଟୀକା କରଣ ଖୁବ ଦ୍ରୁତ ଗତିରେ ଚାଲିଛି l କାରଣ କରୋନା ଠାରୁ ରକ୍ଷା ପାଇବାର ଏହା ଏକମାତ୍ର କାରଣ ଅଟେ l କିନ୍ତୁ ବର୍ତମାନ ମଧ୍ୟ କିଛି ଲୋକ ଟୀକା ନେବାପାଇଁ ଭୟ କରୁଛନ୍ତି l ସେଥିପାଇଁ ବିଭିନ୍ନ ଦେଶ ନିଜର ନାଗରିକ ମାନଙ୍କୁ ଜାଗରଣ କରିବା ପାଇଁ ବିଭୀନ୍ନ ଅଫର ଦେଉଛନ୍ତି l ଏମିତିରେ ଅଷ୍ଟ୍ରେଲିଆ ର ଏପରି ଗୋଟିଏ ମାମଲା ସାମ୍ନା କୁ ଆସିଛି l ଜଣେ ମହିଳା ଟୀକା ନେଇ ନିଜର ଭାଗ୍ୟ ବଦଳାଇ ପାରିଛନ୍ତି l

ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆ ରେ ଆଜିକାଲି “ଦ ମିଲିୟନ ଡଲାର ଭ୍ୟାକସ ଆଲାଏନ୍ସ ଲଟେରୀ ସିଷ୍ଟମ” ଚାଲିଛି l ଯେଉଁଥିରେ ଜୋଆନ ଝୁ ନାମକ ଯୁବତୀ  ଙ୍କ ର ୧ମିଲିୟନ ଡଲାର ର ଲଟେରୀ ଲାଗିଛି l ଯାହା ଭାରତୀୟ ମୁଦ୍ରାରେ ୭. ୪ କୋଟି ଅଟେ l ଯିଏକି ସରକାରଙ୍କ ଅନୁରୋଧ କ୍ରମେ କରୋନା ଟୀକା ନେଇ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି l କେବଳ ଏହି ପୁରସ୍କାର ଏହି ମହିଳା ଜଣଙ୍କ ପାଇ ନାହାନ୍ତି l ଏହାଦ୍ୱାରା ଅନେକ ବ୍ୟକ୍ତି ଏଥିରେ ବିଭିନ ସୌଭାଗ୍ୟ ଅର୍ଜନ କରିଛନ୍ତି l ଏହି ଲକି ଡ୍ର ରେ ପାଖାପାଖି ୩୦ ଲକ୍ଷ ଲୋକ ସାମିଲ ଥିଲେ l

ମହିଳା ଜଣଙ୍କ ସକାଳୁ ଶୋଇକି ଉଠି ନିଜ ଘର କାର୍ଯ୍ୟରେ ଲିପ୍ତ ଥିବା ସମୟରେ ତାଙ୍କୁ ପ୍ରବନ୍ଧକ ଙ୍କ ନିକଟରୁ କଲ ଆସିଥିଲା l ସେ କିନ୍ତୁ ପ୍ରଥମେ ଫୋନ ଉଠାଇ ନଥିଲେ l କିନ୍ତୁ ସେ କିଛି ସମୟ ପରେ ଫୋନ କରିଥିଲେ l ଏହାପରେ ସେ ଏହି ଖବର ଜାଣି ଥିଲେ l ଜାଣିବା ପରେ ତାଙ୍କ ଖୁସିର ସୀମା ରହିଲା ନାହିଁ l

Comments are closed.