Odisha news

ପେଟ୍ରୋଲ ଦର ବୃଦ୍ଧି ସମୟରେ ଖୁସି ଖବର : ଭାରତରେ ପ୍ଲାଷ୍ଟିକ ରୁ ପ୍ରସ୍ତୁତ ହେଲା ପେଟ୍ରୋଲ

ନୂଆଦିଲ୍ଲୀ : ମାହାଙ୍ଗା ପେଟ୍ରୋଲ-ଡିଜେଲ ଦର ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ପକାଇଛି l ଏହି ସମୟରେ ପ୍ଲାଷ୍ଟିକ ମଧ୍ୟ ପର୍ଯାବରଣ କୁ ନଷ୍ଟ କରିବାରେ ଲାଗିଛି l କିନ୍ତୁ ବିହାର ର ଯୁବକ ମାନେ ଏହି ସମସ୍ୟା ର ସମାଧାନ ବାହାର କରିଛନ୍ତି l ସେମାନେ ପ୍ଲାଷ୍ଟିକ ରୁ ଇନ୍ଧନ ପ୍ରସ୍ତୁତ କରି ଥାଆନ୍ତି l

ବିହାର ର ମୁଜାଫର ପୁତ୍ର ରେ ଯୁବକ ମାନଙ୍କର ଗୋଟିଏ ଦଳ ଫୋପଡ଼ା ଯାଉଥିବା ପ୍ଲାଷ୍ଟିକ ରୁ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରୁଛନ୍ତି l ତାଙ୍କର ଏହି ପଦକ୍ଷେପ ଦ୍ୱାରା ଶସ୍ତାରେ ପେଟ୍ରୋଲ ଓ ଡିଜେଲ ମିଳିପାରେ l ସେହି ସ୍ଥାନରେ ପ୍ଲାଷ୍ଟିକ ଭଳି ଅଳିଆ ଆବର୍ଜନା କାରଣରୁ ପ୍ରଦୂଷଣ ହେଉଥିବା ପ୍ରଜ୍ଞାବାରଂ ରୁ ମଧ୍ୟ ରକ୍ଷା ମିଳିବ l ମୁଜାଫର ପୁରା ର ଖରୋଉନା ଗ୍ରାମରେ ଏହାର ପ୍ଲାଣ୍ଟ ମଙ୍ଗଳବାର ଦିନ ଆରମ୍ଭ ହୋଇ ଯାଇଛି l ଏହି ପ୍ଲାଣ୍ଟ ରେ ୮ଜଣ ଯୁବକଙ୍କ ମିଳିତ ଟିମ ପ୍ଲାଷ୍ଟିକ ରୁ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିବା କାମ ଆରମ୍ଭ କରିଛନ୍ତି l ଏହି ଦଳକୁ ନେତୃତ୍ୱ କରୁଛନ୍ତି ଭାରତୀୟ ସାଂଖିକ ସଂସ୍ଥାର ଛାତ୍ର ଆଶୁତୋଷ ମଙ୍ଗଳମ l ସେ ନିଜ ସାଥି ମାନଙ୍କ ସହିତ ମିଶି ୨୦୧୯ ରେ ଏହାକୁ ଟ୍ରାଏଲ କରିଥିଲେ l

ପ୍ଲାଷ୍ଟିକ ଆବର୍ଜନାରୁ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ ହେଉ ଥିବାର ଏହି ପ୍ରୋସେସ ର ନାମ ହେଉଛି ପେଟେଣ୍ଟ ଗ୍ରଭିଟି ଏଗ୍ରୋ ଏଣ୍ଡ ଏନର୍ଜି l ଏହି ପ୍ଲାଣ୍ଟ କୁ ଲଗାଇବା ପାଇଁ ମଙ୍ଗଳମ ନିଜର ପୈତୃକ ଜମି ଦେଇଛନ୍ତି ଓ ଜିଲ୍ଲା ଉଦ୍ୟୋଗ କେନ୍ଦ୍ରର ସାହାଯ୍ୟରେ ବ୍ୟାଙ୍କ ରୁ ପାଖାପାଖି ୨୫ ଲକ୍ଷ ଟଙ୍କା ଲୋନ ନେଇଛନ୍ତି l ଏହି ପ୍ଲାଣ୍ଟ ରେ ଲାଗୁଥିବା ମେସିନ ଦ୍ୱାରା ପ୍ଲାଷ୍ଟିକ ରୁ ପ୍ରଥମେ ଇଥେନ ରେ ପ୍ରସ୍ତୁତ କରାଯାଏ l ଏହାପରେ ଇଥେନ କୁ ଆଇସୋ ଆକଟେନ ରେ ପରିବର୍ତନ କରାଯାଇ ପେଟ୍ରୋ କେମିକାଲ ପ୍ରସ୍ତୁତ କରାଯାଏ l ଏହି ପ୍ଲାଣ୍ଟ କୁ ନଗର ନିଗମ ପକ୍ଷରୁ ପ୍ଲାଷ୍ଟିକ ଯୋଗାଇ ଦିଅ ଯାଉଛି l

ବିହାର ସରକାରର ଭୂମି ରାଜ୍ୟ ମନ୍ତ୍ରୀ ସୁରତ ରାୟ ମଙ୍ଗଳବାର ଦିନ ଏହି ପ୍ଲାଣ୍ଟ କୁ ଉଦ୍ଘାଟନ କରିଛନ୍ତି l ଏହି ପ୍ଲାଣ୍ଟ ରେ ଗୋଟିଏ ଲିଟର ବାୟୋ ଡିଜେଲ ପ୍ରସ୍ତୁତ କରିବା ପାଇଁ ୬୨ ଟଙ୍କା ଖର୍ଚ୍ଚ ହେବ ଓ ଏହାର ବିକ୍ରି ୭୦ ଟଙ୍କାରେ କରାଯିବ l

Nalco

Comments are closed.