ନୂଆଦିଲ୍ଲୀ : ଆଜିକାଲି ଆମେ ନିଜର ବିଭିନ୍ନ କାମ ପାଇଁ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର କରୁଚୁ । ଆମର କୌଣସି ଏପରି ଡିଭାଇସ୍ ନାହିଁ ଯାହା ବିନା ପାସ୍ ୱାର୍ଡ ପ୍ରୋଟେକ୍ତର ରେ ବ୍ୟବହାର ହେଉଛି । ଆମେ ସମସ୍ତେ ନିଜର ଫୋନ୍, ଲାପଟପ୍ ଓ କମ୍ପ୍ୟୁଟର ରେ ପାସ ୱାର୍ଡ ରଖି ଥାଉ, କାରଣ ତାହାକୁ କୌଣସି ବାହାର ବ୍ୟକ୍ତି ବ୍ୟବହାର କରି ପାରିବେ ନାହିଁ । କିନ୍ତୁ ବେଳେବେଳେ ଏହି ପାସ୍ ୱାର୍ଡ ଆମେ ଭୁଲି ଯାଇଥାଉ । ଏପରି ସ୍ଥିତି ରେ ଆମେ ଆପଣଙ୍କ ପାଇଁ ଗୋଟିଏ ନୂଆ ଉପାୟ ନେଇ ଆସିଚୁ ।
ମାଇକ୍ରୋ ସଫ୍ଟ୍ ୱିଣ୍ଡୋ ର ଲଟେଷ୍ଟ୍ ୱିଣ୍ଡୋ 10 ରେ ଗୋଟିଏ ବିନା ପାସ୍ ୱାର୍ଡ ରେ ସାଇନ୍ ଇନ୍ କରିବାର ଅପ୍ସନ୍ ଲୋଡ୍ ହୋଇଛି । ଏହି ଅପ୍ସନ୍ ରେ ୟୁଜର ପାସ୍ ୱାର୍ଡ ନ ପକାଇ ନିଜର କମ୍ପ୍ୟୁଟର ଓ ଲାପଟପ୍ ରେ ସାଇନ୍ ଇନ୍ କରି ପାରିବେ । ଏହି ଫିଚର୍ ୱିଣ୍ଡୋ 11 ପାଇଁ ମଧ୍ୟ ଜାରୀ କରାଯିବ ।
ଏହି ଫିଚର୍ ବ୍ୟବହାର କରିବା ପାଇଁ ଆପଣଙ୍କ ନିକଟରେ ମାଇକ୍ରୋ ସାଫ୍ଟ ଆକାଉଣ୍ଟ ଥିବା ଆବଶ୍ୟକ । ସର୍ବ ପ୍ରଥମେ ଆପଣ ନିଜ କମ୍ପ୍ୟୁଟର ରେ ୱେବ୍ ବ୍ରାଉଜର ଖୋଲନ୍ତୁ । ଏହାପରେ ମାଇକ୍ରୋ ସାଫ୍ଟ୍ ର ଅଧିକାରୀକ ୱେବ୍ ପେଜ ଖୋଲନ୍ତୁ ଓ ଏହାକୁ ନିଜ ଆକାଉଣ୍ଟ ରେ ଲଗ୍ ଇନ୍ କରନ୍ତୁ । ଏହାପରେ ସେଟିଂ କୁ ଯାଇ ସିକ୍ୟରିଟି ରେ କ୍ଲିକ୍ କରନ୍ତୁ । ଏହାପରେ ଆଡିସନାଲ୍ ସିକ୍ୟୁରିତି ଅପ୍ସନ୍ ସିଲେକ୍ଟ କରନ୍ତୁ । ଏହାପରେ ପାସ୍ ୱାର୍ଡ ଲେଶ୍ ଅପ୍ସନ୍ ଅନ୍ କରି ଦିଅନ୍ତୁ ।
ଏହିପରି ଭାବରେ ଆପଣ ନିଜର ପାସ୍ ୱାର୍ଡ ଭୁଲି ଗଲେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

Comments are closed.