Odisha news

ଆଜିକାଲି ବାୟୁ ପ୍ରଦୂଷଣ ଗୋଟିଏ ମୁଖ୍ୟ ସମସ୍ୟା : ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଶୀତଋତୁରେ ଅଧିକ ପରିମାଣରେ ଜଳବାୟୁ ପ୍ରଦୂଷଣ ହେବାର ସମ୍ଭାବନା ରହିଥାଏ l ବାୟୁ ପ୍ରଦୂଷଣ କାରଣରୁ କେବଳ ନିଶ୍ୱାସ ନେବାକୁ କଷ୍ଟ ହୋଇ ନଥାଏ ବରଂ ଆମ ଶରୀରରେ ରୋଗ ବୈରାଗ ର ବିପଦ ବଢି ଯାଇଥାଏ l ବିଶେଷକରି ଅଣନିଶ୍ୱାସୀ ଲାଗିବା, ତ୍ୱଚାରେ ଆଲର୍ଜି ବାହାରିବା ଓ କାଶ ସମସ୍ୟା ଦେଖିବାକୁ ମିଳିଥାଏ l କାରଣ ବିଷାକ୍ତ ପବନ କାରଣରୁ ନିଶ୍ୱାସ ନେବାକୁ କଷ୍ଟ ହୋଇଥାଏ l ବିଶେଷ ଭାବରେ ବୟସ୍କ ଓ ଛୋଟ ପିଲା ଜଳବାୟୁ ପ୍ରଦୂଷଣର ଶିକାର ହୋଇ ଥାଆନ୍ତି l

* ନିଶ୍ୱାସ ପ୍ରଣାଳୀ କୁ ଠିକ ରଖିବା ପାଇଁ ନାକ ସଫା ରହିବା ନିହାତି ଆବଶ୍ୟକ l ସେଥିପାଇଁ ଆପଣ ନିୟମିତ ଭାବରେ ଗାଈର ସୁଧ ଘିଅ ସକାଳେ ଓ ସନ୍ଧ୍ୟାରେ ଦୁଇ ନାକ ପୁଡାରେ ଗୋଟିଏ ଗୋଟିଏ ବୁନ୍ଦା ପକାନ୍ତୁ l ଏହାଦ୍ୱାରା ଶ୍ୱାସ ନଳୀ ସଫା ରହିଥାଏ ଓ ଦୂଷିତ ତତ୍ୱ ଫୁସଫୁସ କୁ ପହଂଚି ନଥାଏ l

* ଆପଣଙ୍କୁ ନିଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଠିକ କରିବା ପାଇଁ ଫୁସଫୁସ କୁ ସୁସ୍ଥ ରଖିବା ନିହାତି ଜରୁରୀ ଅଟେ l ସେଥିପାଇଁ ଗୁଡ଼ ନିୟମିତ ଖାଆନ୍ତୁ l ଗୁଡ଼ ଦ୍ୱାରା ଫୁସଫୁସ ସଫା ରହିଥାଏ ଓ ଗୁଡ଼ ଦ୍ୱାରା ଶରୀରକରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l

* ପ୍ରଦୂଷଣ ର ପ୍ରକୋପ କୁ କମ କରିବା ପାଇଁ ଇମ୍ୟୁନ ସିଷ୍ଟମ କୁ ବଢାଇବା ଆବଶ୍ୟକ l ଏଥିପାଇଁ ତ୍ରିଫଳା ସେବନ ହିତକର l ଗୋଟିଏ ଚାମଚ ତ୍ରିଫଳା ଗୁଣ୍ଡରେ ମହୁ ମିଶାଇ ରାତିରେ ସେବନ କରନ୍ତୁ l

* ଶୀତଋତୁରେ ପ୍ରଦୂଷଣରୁ ନିଜକୁ ରକ୍ଷା କରିବା ପାଇଁ ନିୟମିତ ଭାବରେ ଷ୍ଟିମ ନିଅନ୍ତୁ l ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରନ୍ତୁ l ଶୀତଋତୁରେ ଅଦା ରସ ସହିତ ମହୁ ମିଶାଇ ନିୟମିତ ଭାବରେ ସେବନ କରନ୍ତୁ l

Nalco

Comments are closed.