ନୂଆଦିଲ୍ଲୀ : ବଙ୍ଗଳାଦେଶ ରେ ଜାରୀ ରହିଥିବା ସାମ୍ପ୍ରଦୟିକ ହିଂସା ମଧ୍ୟରେ ଆଉଥରେ କଟରପନ୍ଥିଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ହିନ୍ଦୁମାନେ । ଦୁର୍ଗା ପୂଜା ସମୟରେ ଗତ ସପ୍ତାହରେ ଦୁର୍ଗା ମଣ୍ଡପ ଓ ମନ୍ଦିର ଗୁଡ଼ିକୁ ଆକ୍ରମଣ କରାଯାଇ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦିଆ ଯାଇଥିଲା । ଏହାପରେ ଅଳ୍ପ ସଂଖ୍ୟକ ରଦର୍ଶନ କରିବାକୁ ନେଇ ଆକ୍ରମଣ କାରୀ ମାନେ ପାଖାପାଖି ୨୯ ଟି ହିନ୍ଦୁ ପରିବାର ଙ୍କ ଘରକୁ ପୋଡ଼ି ଦେଇଛନ୍ତି । ଏହି ଘଟଣାଟି ରବିବାର ଦିନ ରାତିରେ ରଙ୍ଗପୂର୍ ଜିଲ୍ଲା ର ପିରଗଞ୍ଜ ର ଗୋଟିଏ ଗାଁ ରେ ଘଟି ଯାଇଛି ।
ମିଳିଥିବା ସୂଚନା ଅନୁସାରେ ରଙ୍ଗପୁର ଏସପି କହିଛନ୍ତି ଯେ ଗୋଟିଏ ଫେସ୍ ବୁକ୍ ପୋଷ୍ଟ ର ଭୁଲ୍ ତଥ୍ୟ କୁ ନେଇ ଏପରି ଘଟିଛି । ଯେଉଁଥିରେ କୁହା ଯାଇଥିଲା ଯେ ଗାଁ ର ଗୋଟିଏ ଯୁବା ହିନ୍ଦୁ ବ୍ୟକ୍ତି ଧର୍ମର ଅପମାନ କଲା । ଯେଉଁ କାରଣରୁ ଏଠାରେ ପୋଲିସ ମୁତୟନ ହୋଇଥିଲେ । ଯେତେବଳେ ପୋଲିସ ଏଠାରେ ଉକ୍ତ ବ୍ୟକ୍ତିଙ୍କ ଘର ବାହାରେ ମୁତୟନ ହୋଇଥିଲେ ସେତେବେଳେ ଅନ୍ୟ ଘର ଗୁଡିକରେ ନିଆଁ ଲଗାଇ ପୋଡି ଦେଇଥିଲେ ।
ଏହି ଘଟଣା ପରେ ଅଗ୍ନିଶମ ବିଭାଗ କୁ ରବିବାର ଦିନ ରାତି ସାଢ଼େ ୯ଟା ସମୟରେ ସୂଚନା ମିଳିଥିଲା , କିନ୍ତୁ ସେ ସୋମବାର ଦିନ ସକାଳ ସୁଦ୍ଧା ନିଆଁ ଲିଭାଇବାରେ ସଫଳ ହେଲେ । ସୂଚନା ରେ କୁହାଯାଇଛି ଯେ ସୋସିଆଲ ମିଡ଼ିଆରେ ଅପପ୍ରଚାର କୁ ନେଇ ଏପରି ଘଟଣା ଘଟିଥିଲା ।

Comments are closed.