Odisha news

ସେପ୍ଟେମ୍ବରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ସର୍ବାଗ୍ରେ : ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ୨୦୨୧ ସେପ୍ଟେମ୍ବର ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି । ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ ସ୍ପିଡ ୨୦.୯ ଏମବିପିଏସ୍ ରହିଥିବା ବେଳେ ଏହା ପ୍ରତି ମାସ ପରି ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆକୁ ପଛରେ ପକାଇବା ସହିତ ସେମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି । ଟ୍ରାଇ ପ୍ରଦତ ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ରିଲାଏନ୍ସ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡଠାରୁ ୯ ଏମବିପିଏସ୍ ଅଧିକ ଏବଂ ଭୋଡାଫୋନ ଆଇଡିଆ ଠାରୁ ୬.୫ ଏମବିପିଏସ୍ ଅଧିକ ରହିଥିବା ଜଣାଯାଇଛି । ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ଜିଓର ହରାହାରି ୪ଜି ଡାଉନଲୋଡ ସ୍ପିଡ ଯଥେଷ୍ଟ ବୃଦ୍ଧି ଘଟିଛି । ଅଗଷ୍ଟରେ ଏହା ୧୮.୨ ଏମବିପିଏସ୍ ରହିଥିଲା ।

ଏଥିସହିତ ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ କ୍ରମାଗତ ଭାବରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି । ସେପ୍ଟେମ୍ବର ମାସରେ ଏୟାରଟେଲର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୧.୯ ଏମବିପିଏସ୍ ରହିଥିବା ବେଳେ ଏହା ବିଗତ କିଛି ମାସ ଧରି ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଆସୁଛି । ସେହିଭଳି ସେପ୍ଟେମ୍ବରରେ ଭୋଡାଫୋନ ଆଇଡିଆର ହାରାହାରି ୪ଜି ଡାଉନଲୋଡ ସ୍ପିଡ ୧୪.୪ ଏମବିପିଏସ ରହିଥିବା ଜଣାପଡିଛି । ଭୋଡାଫୋନ ଆଇଡିଆ ଏ କ୍ଷେତ୍ରରେ ଏୟାରଟେଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ସେହିଭଳି ସେପ୍ଟେମ୍ବରରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ୭.୨ ଏମବିପିଏସ୍ ସହିତ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୬.୨ ଏମବିପିଏସ ଅପ୍‌ଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ରହିଥିଲା ଏବଂ ତୃତୀୟ ସ୍ଥାନରେ ହାରାହାରି ୪.୫ ଏମବିପିଏସ୍ ଅପ୍‌ଲୋଡ ସ୍ପିଡ ସହିତ ଏୟାରଟେଲ ରହିଥିଲା । ଟ୍ରାଇ ପକ୍ଷରୁ ଏହାର ମାଇଁ ସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସାରା ଦେଶରେ ସଂଗୃହୀତ ତଥ୍ୟ  ଆଧାରରେ ଏହି ଗଣନା କରାଯାଇଥାଏ ।

Nalco

Comments are closed.