ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତେକ କାର୍ଯ୍ୟପାଇଁ ସଠିକ ଦିଗ ଓ ସଠିକ କାର୍ଯ୍ୟ ରହିବା ଆବଶ୍ୟକ l ଶାସ୍ତ୍ରରେ କୁହାଯାଇଛି ଯେ ସମସ୍ତ କାର୍ଯ୍ୟ ପାଇଁ ସଠିକ ଦିଗକୁ ଗୁରୁତ୍ୱ ଦେବା ନିହାତି ଜରୁରୀ ଅଟେ l ଏପରି କରିବା ଦ୍ୱାରା କୌଣସି କାର୍ଯ୍ୟରେ ବାଧା ଉପୁଜି ନଥାଏ l ଯଦି ଆମେ ବାସ୍ତୁ ନିୟମକୁ ନ ଦେଖିବା ତେବେ ଘରେ ଓ ନିଜର ପାରିବାରିକ ଜୀବନରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବା l ଅଧିକାଂଶ ସମୟ ଅନେକ ପିତାମାତା ନିଜର ସନ୍ତାନ ମାନଙ୍କର ବିବାହକୁ ନେଇ ଚିନ୍ତା ରେ ରହି ଥାଆନ୍ତି l ଏପରି ସ୍ଥଳରେ ପିତାମାତା କିଛିଟା ନିୟମ ନିଜ ସନ୍ତାନକୁ ପାଳନ କରାଇବା ଆବଶ୍ୟକ l
– ବାସ୍ତୁଶାସ୍ତ୍ର ଅନୁସାରେ ବିବାହ ଯୋଗ୍ୟ ପୁଅମାନେ କେବେବି ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗକୁ ଶୋଇବା ଉଚିତ ନୁହେଁ l ସେହି ସ୍ଥାନରେ ବିବାହ ଯୋଗ୍ୟ କନ୍ୟା ଉତର ପଶ୍ଚିମ ଦିଗରେ ଶୋଇବା ଆବଶ୍ୟକ , ଏହାଦ୍ୱାରା ବିବାହ ଖୁବ ଶୀଘ୍ର ସମ୍ପର୍ଣ ହୋଇଥାଏ l
– ଧ୍ୟାନ ରଖନ୍ତୁ ଯେ ଶୋଇବା ସମୟରେ ଆପଣଙ୍କ ପାଦ ଉତର ଦିଗକୁ ଓ ମୁଣ୍ଡ ଦକ୍ଷିଣ ଦିଗକୁ ରହିବା ଉଚିତ l
– ବିବାହଯୋଗ୍ୟ ସନ୍ତାନଙ୍କ କୋଠରୀ ଆଲୋକ ଓ ବାୟୁ ଆତଯାତ କରୁଥିବା ଆବଶ୍ୟକ l ପୁଅ ପିଲାଙ୍କ କୋଠରୀରେ କାନ୍ଥର ରଙ୍ଗ ହଳଦିଆ ଓ କନ୍ୟା ସନ୍ତାନଙ୍କ କୋଠରୀର କଣ୍ଠ ଗୋଲାପୀ ରଙ୍ଗର ହେବା ଆବଶ୍ୟକ l କୁହାଯାଏ ଯେ ଏହି ଦୁଇଟି ରଙ୍ଗ ବିବାହରେ ଆସୁଥିବା ବାଧା ବିଘ୍ନ କୁ ଦୂର କରିଥାଏ l
– ଯଦି ବିବାହରେ କିଛି ବାଧା ଉପୁଜୁଛି ତେବେ ପ୍ରତିଦିନ କଦଳୀ ଗଛକୁ ପାଣି ଦେବା ଆବଶ୍ୟକ l କଦଳୀ ଗଛରେ ବିଷ୍ଣୁ ବାସ କରି ଥାଆନ୍ତି l ଯାହା ବିବାହ ସମସ୍ୟାକୁ ତୁରନ୍ତ ସମାଧାନ କରିଥାଏ l
– ତା ସହିତ ବିଘ୍ନ ବିନାଶକ ଗଣେଶଙ୍କୁ ମଧ୍ୟ ପୂଜା କରାଯାଇଥାଏ l କାରଣ ଗଣେଶ ସମସ୍ତ ବିଘ୍ନ କୁ ଦୂର କରି ଥାଆନ୍ତି ଓ ବିବାହ କାର୍ଯ୍ୟ ଖୁବ ସହଜରେ ସମ୍ପର୍ଣ ହୋଇଥାଏ l

Comments are closed.