ନର୍ଲା (ଦୀପକ କୁମାର ଠାକୁର) : ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅନ୍ତର୍ଗତ ରୁପ୍ରାରୋଡ ଷ୍ଟେସନରେ କରୋନା ସଂକ୍ରମଣ ପୁର୍ବରୁ ବିଶାଖାପାଟଣା -ନିଜାମୁଦିନ ସମତା ଏକ୍ସପ୍ରେସ, ଏଲପି -ଧନବାଦ ଏକ୍ସପ୍ରେସ୍, କୋରବା -ବିଶାଖାପାଟଣା ଏକ୍ସପ୍ରେସ୍ ଟ୍ରେନ ଗୁଡିକ ରହଣି ଥିଲା। ରୁପ୍ରାରୋଡ ଆଖପାଖ ଅଞ୍ଚଳର ପ୍ରାୟ 20ରୁ ଉର୍ଦ୍ଧ୍ଵ ଗ୍ରାମ ର ଲୋକେ ବିଭିନ୍ନ ସ୍ଥାନ କୁ ଯିବା ପାଇଁ ରୁପ୍ରାରୋଡ ରେଳଷ୍ଟେସନ ଉପରେ ନିର୍ଭର କରି ଥାନ୍ତି। ଗତ ଅପ୍ରେଲ 2020 ରୁ ଟ୍ରେନ୍ ଚଳାଚଳ ବନ୍ଦ ହୋଇ ଥିଲା। ଲକଡାଉନ ଖୋଲିବା ପରେ ଗତ ଅଗଷ୍ଟ 2020 ରୁ ଏହି ସମତା, କୋରବା,ଧନବାଦଦ୍-ଏଲପି ଟ୍ରେନ୍ ଚଳାଚଳ କରୁଥିଲେ ମଧ୍ୟ ରୁପ୍ରାରୋଡ ଷ୍ଟେଟସନ ରେ ଷ୍ଟପେଜ ନ ଥିବା ରୁ ଜନସାଧାରଣ ଦୁରାନ୍ତ କେସିଙ୍ଗା ଷ୍ଟେସନ ଉପରେ ନିର୍ଭର କରୁଛି ଯାହାକି ଲୋକେ ହନ୍ତସନ୍ତ ହେବା ସହିତ ଖରଚାନ୍ତ ହେଉଛନ୍ତି। ଦୂରଗାମୀ ଟ୍ରେନ ଗୁଡିକ ଚଳାଚଳ କରୁଥିବା ସମୟରେ ଦୀର୍ଘ ଦିନରୁ ଏଠାରେ ଟ୍ରେନ ରହଣୀ ପାଇଁ ଦାବି ହେଉଛି। ଏହି ପଥଦେଇ ବର୍ତ୍ତମାନ ଦୁଇ ଗୋଟି ଟ୍ରେନ ତପସ୍ଵିନୀ ଓ ରାୟପୁର-ବିଶାଖାପାଟଣା ପାସିଞ୍ଜର ଚଳାଚଳ କରି ରୁପ୍ରାରୋଡ ଷ୍ଟେସନ ରେ ରହୁଥିବା ବେଳେ ଅପରପକ୍ଷରେ ଅନ୍ୟାନ୍ୟ ଟ୍ରେନକୁ ଗୁଡ଼ିକ ଷ୍ଟେସନ ଠାରେ ରହଣୀ ଦାବିରେ ଏକ ଦାବିପତ୍ର ରୁପ୍ରା ରୋଡ଼ ରେଳଷ୍ଟେସନ ଅଧ୍ୟକ୍ଷ ଙ୍କୁ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ରୁପ୍ରାରୋଡ ଷ୍ଟେସନ ମାଷ୍ଟର ଜରିଆରେ ଏକ ଦାବି ପତ୍ର ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲାରେ କରୋନା ମହାମାରୀ ଏକ ପ୍ରକାର ଆୟତାଧିନ ଥିବା ବେଳେ ରୁପ୍ରାରୋଡ ଷ୍ଟେସନ ଠାରେ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ, ବିଲାସପୁର-ବିଶାଖାପାଟଣା ଲିଙ୍କ୍, ଧାନବାଦ-ଏଲପି ବୋକାରୋ, ନିଜାମୁଦ୍ଦିନ-ବିଶାଖାପାଟଣା , ପୁରୀ -ଅହମଦାବାଦ, ଟ୍ରେନ ଗୁଡିକ ରହଣୀ ପାଇଁ ଦାବି ସହିତ ଜୁନାଗଡ଼ -ରାୟପୁର ପାଷେଞର ଟ୍ରେନ୍ ଚଳାଚଳ ପାଇଁ ଦାବୀ ହହେଉଛି। ପୁନଶ୍ଚ ଆଗାମୀ ରେଳରୋକ ପାଇଁ ସଜବାଜ ହେଉଥିବା ରେଳ ସୁରକ୍ଷା ସମିତି ପକ୍ଷରୁ ସଚେତନ ନାଗରିକ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମାହାନ୍ତି,
ସୁବାଷ ଅଗ୍ରୱାଲ, ପ୍ରଦିପ ଅଗ୍ରୱାଲ, ରାଧେଶ୍ୟାମ ଖେତାନ, ଦିନେଶ ଅଗ୍ରୱାଲ, ରତନ ଅଗ୍ରୱାଲ,ନିରଜ ଶର୍ମା, ଶ୍ୟାମସୁନ୍ଦର ଶର୍ମା,
ପ୍ରମୁଖ ସହ ଅନେକ ଜନସାଧାରଣ ଏଥିରେ ସାମିଲ ହେବାକୁ ମତ ପ୍ରକାଶ କରିଛନ୍ତି।ଯଦି ୧୫ଦିନ ମଧ୍ୟ ରେଳ ନ ରହିଲେ ଆଗାମୀ ଦିନରେ ବଡ଼ ଧରଣର ରେଳ ରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Comments are closed.