ନୂଆପଡ଼ା-୧/୧୦ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ଖଡ଼ିଆଳ ବିଜ୍ଞାପିତ ପରିଷଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ ଠାରେ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଖଡିଆଳ ଏନ୍ଏସି ର ସେନିଟେସନ ଏକ୍ସପର୍ଟ ରାଜୀବ ମିସ୍ତ୍ରୀ ଆୟୋଜିତ କରିଥିବା ବେଲେ ସ୍ୱଛ ସାଥି ସୁପରଭାଇଜର ଶ୍ରୀମତୀ ମମତା ମଞରୀ ଥପା ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ୮ ନଂ ୱାର୍ଡ ର ୱାର୍ଡ ଅଫିସର ବ୍ରୁଷଭାନୁ ସିଂ ବାବୁ ସ୍ୱଚ୍ଛ ସୁପରଭାଇଜର ସଦାନନ୍ଦ ପଣ୍ଡା, ସ୍ୱଛ ସାଥି ଚନ୍ଚଳା ନାଗ, ଲଲିତା ବଞାରେ, ହିରାମଣି ଦଣ୍ଡସେନା, ହେମନ୍ତି ଦଲେଇ, ଲକ୍ଷ୍ମୀ ଗହିର,କୁମାରୀ ବଛା, ସଫାଇ କର୍ମଚାରୀ ଆକାଶ ସିନ୍ଦୁର ଓ ଜତିସ କୁମାର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନେ ସାମିଲ ହୋଇ ଆଗାମୀ ଦିନରେ ନିଶ୍ଚିତ ଭାବରେ ଖଡିଆଳ ଏନ୍ଏସି କୁ ଗୋଟିଏ ସୁସ୍ଥ, ସ୍ୱଚ୍ଛ ଓ ସୁନ୍ଦର ସହର ଭାବରେ ଗଢ଼ିବା ପାଇଁ ସମସ୍ତେ ସପଥ ପାଠ କରିଥିଲେ ।

Comments are closed.