Odisha news

କଳା କୃଷି ଆଇନ ବିରୋଧରେ ନର୍ଲା ଠାରେ ଭାରତ ବନ୍ଦ ପାଳନ

ନର୍ଲା (ଦୀପକ କୁମାର ଠାକୁର) କେନ୍ଦ୍ର ସରକାରଙ୍କ କୃଷକ କଳା ଆଇନ ବିରୋଧ ସହ କୃଷକ ଶୋଷଣ ନୀତି ଓ ଦରଦାମ ବୃଦ୍ଧିକୁ ନେଇ କୃଷକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ନର୍ଲା ଠାରେ ମଧ୍ୟ କୃଷକ ସଂଘ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସିପିଏମ ଜିଲ୍ଲା କମିଟି ସଦସ୍ୟ ନରସିଂହ ଥପା, ନର୍ଲା ବ୍ଳକ କୃଷକ ସଂଘ ସଂଯୋଜକ କୁମୁଦ ଚନ୍ଦ୍ର ନାଏକ, କଂଗ୍ରେସ ସେବା ଦଳ ସଭାପତି ସୁଦାମ ପ୍ରଧାନ, ଆମ ଆଦମୀ ପାର୍ଟି ସଦସ୍ୟ ତୀର୍ଥ ବୁଦ୍ଧିଆ, ଭକ୍ତ ଚରଣ ନାଏକ, ଭାଗିରଥି ମାଝୀ, କୁଞ୍ଜବିହାରୀ ମାଝୀ, ବିଚିତ୍ର ଧଙ୍ଗଡାମାଝୀ, ନିର୍ମଳ ମାଝୀ, ସୁଜ୍ଞାନୀ ବାଗ, ନବୀନ ପରାଭୋଇ ପ୍ରମୁଖ ସହ ଅନେକ ଦଳୀୟ କର୍ମୀମାନେ ନର୍ଲାରୋଡ ରେଳ ଷ୍ଟେସନ ଠାରୁ ପଦଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇ ନର୍ଲା ପରିକ୍ରମା କରି ବ୍ଳକ ଠାରେ ପହଞ୍ଚି ନାରାବାଜି ଦେଇଥିଲେ। ତେବେ ମୋଟାମୋଟି ଭାବରେ ନର୍ଲା ଠାରେ ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ରହିଥିଲା।

Govt

Comments are closed.