Odisha news

ଖରିଆର ରୋଡ ଏନଏସି ସାଂସଦ ପ୍ରତିନିଧି ରୂପେ ସନ୍ଦୀପ ଶର୍ମା ଅଧିକୃତ

ନୂଆପଡା-୨୯/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଂସଦ ପ୍ରତିନିଧି ରୂପେ ଭାରତୀୟ ଜନତା ପାର୍ଟି ର ଯୁବ ନେତା ସନ୍ଦୀପ ଶର୍ମାଙ୍କୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଅଧିକୃତ କରିଥିବା ଆଜି ଏକ ପତ୍ର ମାଧ୍ୟମ ରେ ନିର୍ବାହୀ ଅଧିକାରୀ ଏନଏସି ଖରିଆର ରୋଡ଼ ଙ୍କୁ ଜଣାଇଛନ୍ତି। ଖରିଆର ରୋଡ଼ ଏନଏସି ର ସମସ୍ତ ଉନ୍ନୟନ କାର୍ଯ୍ୟ, ବୈଠକ ତଥା ଅନ୍ୟାନ୍ୟ କାର୍ଯ୍ୟ ରେ ଜନସାଧରଣଙ୍କ ସମସ୍ୟା ଉପସ୍ଥାପନ କରିବେ ଓ ଖରିଆର ରୋଡ଼ର ସମସ୍ୟା ତଥା ସହର ବିକଶ ଉପରେ ଦୃଷ୍ଟି ଦେବେ ବୋଲି ନବ ନିଯୁକ୍ତ ସାଂସଦ ପ୍ରତିନିଧି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି। ଶ୍ରୀ ଶର୍ମା ଙ୍କୁ ସାଂସଦ ପ୍ରତିନିଧି ହେବା ପରେ ନିଜ ଦଳରୁ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Govt

Comments are closed.