ନୂଆପଡ଼ା-୨୫/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଖଡ଼ିଆଳ ମିଶନ ସ୍ଥିତ ଲୋହରାପାଳି ପଞ୍ଚାୟତ ହାଇସ୍କୁଲ ଜାତୀୟ ରାଜପଥ ୩୫୩ ସଡକ ଦୁର୍ଘଟଣାରେ ଯୁବକ ର ମୃତ୍ୟୁ ହୋଇଯାଇଛି । ସୂଚନାରୁ ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଳନା ଗ୍ରାମର ଚନ୍ଦ୍ରଧ୍ୱଜ ବିଶି ଏକ ବାଇକ ନମ୍ବର-OD-26-C-0554 ଯୋଗେ ନୂଆପଡ଼ା ଦେଇ ଆସୁଥିଲେ । ୩୫୩ ନମ୍ଵର ଜାତୀୟ ରାଜପଥ ଲୋହରାପାଲି ହାଇସ୍କୁଲ ପାଖରେ ଖଡ଼ିଆଳ ପଟୁ ଆସୁଥିବା ଏକ ବାରୁଦ ଗାଡି- ନମ୍ବର MH-36-K-0152 ଧକ୍କା ଦେଇଥିଲା । ଯାହାଫଳରେ ଚନ୍ଦ୍ରଧ୍ୱଜ ବିଶି ଙ୍କ ମୁଣ୍ଡ ରେ ଭୀଷଣ ଆଘାତ ଲାଗିଥିଲା । ସାଙ୍ଗେ ସାଙ୍ଗେ ଖଡ଼ିଆଳ ପୋଲିସ ଘଟଣା ସ୍ଥଳକୁ ପହଁଚି ଗୁରତର ଚନ୍ଦ୍ରଧ୍ୱଜଙ୍କୁ ଖଡ଼ିଆଳ ମିଶନ ହସ୍ପିଟାଲ ରେ ଭର୍ତ୍ତି କରାଇଥିଲେ, ସେ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ବାରୁଦ ଗାଡି କୁ ଖଡ଼ିଆଳ ପୋଲିସ ଅଟକ ରଖିଛି ଓ ମୃତ ପରିବାରବର୍ଗ ଙ୍କୁ ଖବର ଦିଆ ଯାଇଛି ବୋଲି ପୋଲିସ ସୁତରୁ ପ୍ରକାଶ । ସୂଚନାରୁ ପ୍ରକାଶ ଯେ ମୃତ ଚନ୍ଦ୍ରଧ୍ୱଜ ବିଶି ଙ୍କ ତିନି ଝିଅ ଓ ଗୋଟି ପୁଅ ଥିବା ବେଳେ ତାଙ୍କ ସ୍ତ୍ରୀ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ସିନାପାଲି ଅନର୍ଗତ ଗମ୍ଭାରୀଗୁଡା ଅଙ୍ଗନବାଡ଼ି କେନ୍ଦ୍ର ର କର୍ମି ଅଟନ୍ତି, ସପରିବାର ସେଠରେ ରହୁଥିଲେ।

Comments are closed.