Odisha news

ଶ୍ରମିକମାନେ ପୁଣି ମେଳିବାନ୍ଧି ଆନ୍ଦୋଳନ କରିବାକୁ ଆଣ୍ଟାଭିଡ଼ିଲେଣି, ଶ୍ରମିକ ସମସ୍ୟା ପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ନୂଆପଡା-୨୫/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି କୋମନା ବ୍ଲକ ତରବୋଡ଼ କେନ୍ଦୁପତ୍ର ଗୋଦାମ ପ୍ରାଙ୍ଗଣରେ କୋମନା ବ୍ଲକ ଶ୍ରମିକ ମହାସଙ୍ଘ ର ସମସ୍ତ ପ୍ରମୁଖ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲା ଶ୍ରମିକ ମହାସଙ୍ଘ ର ବରିଷ୍ଠ ନେତା ଶ୍ରୀ ଅନିରୁଦ୍ଧ ନାଗ ଙ୍କ ସଭାପତିତ୍ୱ ରେ ଓ ଭାରତୀୟ ମଜଦୂର ସଙ୍ଘ ର ଜିଲ୍ଲା ସଭାପତି ଶ୍ରୀ ଶୁକ୍ଳାମ୍ବର ନିଆଲ ଙ୍କ ପରିଚାଳନାରେ ଏକ ଜରୁରୀ ସଭା ଅନୁଷ୍ଠିତ ହୋଇଯାଇଛି।ମହାସଙ୍ଘ ର ଜିଲ୍ଲା ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଆଗାମୀ ଦିନର ଆନ୍ଦୋଳନ ଡାକରା କୁ ସଫଳ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ପ୍ରତ୍ୟେକ ଗାଁ ରେ ମିଟିଂ କରି ଶ୍ରମିକ ମାନଙ୍କୁ ଏକଜୁଟ କରିବାପାଇଁ ଆହ୍ୱାନ ଦେଇଥିଲେ। ନୂଆପଡା ଜିଲ୍ଲା କୁ ଦାଦନ ମୁକ୍ତ କରିବା,ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ନୂଆପଡା ସଦର ମହକୁମା କୁ ତୁରନ୍ତ ସ୍ଥାନାନ୍ତର କରିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଖାଲିଥିବା ସମସ୍ତ ପଦ ପଦବୀ କୁ ତୁରନ୍ତ ପୁରଣ କରିବା,ମନରେଗା ରେ ଜିଲ୍ଲା ସାରା ବକେୟା ଥିବା ପାଉଣା ତୁରନ୍ତ ପ୍ରଦାନ, ମନରେଗାରେ ବ୍ୟାପକ ଦୁର୍ନୀତି ର ତଦନ୍ତ, ନିର୍ମାଣ ଶ୍ରମିକଙ୍କ କୋଭିଡ ସହାୟତା ତୁରନ୍ତ ପ୍ରଦାନ ଇତ୍ୟାଦି ଦାବିରେ ଆସନ୍ତା ଅକ୍ଟୋବର ଚାରି ତାରିଖରେ ହେବାକୁ ଥିବା ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ କୁ ପୂର୍ଣ ମାତ୍ରାରେ ସଫଳ କରିବା ପାଇଁ ବୈଠକରେ ରୂପରେଖ ପ୍ରସ୍ତୁତି କରାଯାଇଥିଲା।

ପ୍ରମୁଖ ଟ୍ରେଡୟୁନିୟନ ର ନେତୃମଣ୍ଡଳୀ ଓ ତିନି ଶହ ରୁ ଉର୍ଧ୍ଵ କର୍ମକର୍ତ୍ତା ଏହି ବୈଠକରେ ସାମିଲ ହୋଇଥିଲେ। ଏହା ପରେ ପ୍ରତ୍ୟେକ ପଞ୍ଚାୟତରେ ଶ୍ରମିକ ମାନଙ୍କ ବୈଠକ କରି ଆନ୍ଦୋଳନ ପାଇଁ ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ହେଇଲାଥିଲା।ବୈଠକ ଶେଷ ହେଲା ପରେ ଶ୍ରମିକ ନେତା ଜ୍ଞାନେଶ୍ୱର ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ହୋଇଥିଲା।ଏହି ସଭାରେ ନୂଆପଡ଼ାରୁ ବରିଷ୍ଠ ଶ୍ରମିକ ନେତା ସୁଖଦେଵ ସାହୁ, ଜ୍ଞାନରଞ୍ଜନ ସାହୁ, ଅଭିନ୍ନ ପୁରୋହିତ, ନିରଞ୍ଜନ ଶବର, ଭାରତ ମାଝୀ, ପ୍ରଦୀପ ଦଣ୍ଡସେନା, ଯଯାତି ମେହେର, କୁଞ୍ଜବିହାରି କଟା ପ୍ରମୁଖ ବୈଠକରେ ସାମିଲ ହୋଇ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଗଜପତି ବନଛୋର, ବଳଧର କେତକୀ, ସୁରେଶ ବେହେରା, ଭାସ୍କର ପ୍ରଧାନ, ଜୟନନ୍ଦ ବେମାଲ, ଉଦୟ ମାଝୀ ପ୍ରଭୁତି କର୍ମକର୍ତ୍ତା ବୈଠକର ସଫଳ ଆୟୋଜନ ରେ ପୂର୍ଣ ସହଯୋଗ କରିଥିଲେ।

Ad2

Comments are closed.