ଜୟପୁର(କେ.ସାକିଲି ଦୋରା)—- ଜୟପୁର ସ୍ଥିତ ଏସ ଆର ସେଣ୍ଟ୍ରାଲ ମଲ ଠାରେ ଜୟପୁର ସମୟ ପରିବାର ତରଫରୁ ସ୍ବର୍ଗତ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଜୟପୁର ସମୟ ସଂସ୍କରଣ ମୁଖ୍ୟ ସୁବାସ ରାଉତ ଙ୍କ ସଭାପତିତ୍ୱରେ ଆୟୋଜିତ ଶୋକ ସଭାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ସମୟ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।ସ୍ବର୍ଗତ ଦାସ ଙ୍କ ନିମନ୍ତେ ସମୟ ପରିବାର ସଦସ୍ୟ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।ପ୍ରକାଶ ଥାଉକି ଗତକାଲି ଶୁକ୍ରବାର ଦିନ ମୁଣ୍ଡୁଳି ଠାରେ ହାତୀ ଉଦ୍ଧାର ନ୍ୟୁଜ କଭେରେଜ କରିବାକୁ ଯାଇ ନଦୀ ଅରିନ୍ଦମ ରେ ବୁଡି ପ୍ରାଣ ହରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମୟ ର ଏ ଜି ଏମ ତରୁଣ କୁମାର ମହାପାତ୍ର, ସମୟ ବ୍ୟୁରୋ ମୁଖ୍ୟ ଗୌରୀ ପ୍ରସାଦ ପଟ୍ଟନାୟକ ସହ ଚାରି ଜିଲ୍ଲାର ସମୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।
Comments are closed.